ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ, ଆଜି ପ୍ରଧାନମନ୍ତ୍ରୀଙ୍କୁ କରିବେ ସାକ୍ଷାତ
ନୂଆଦିଲ୍ଲୀ : ୪ ଦିନିଆ ଦିଲ୍ଲୀ ଗସ୍ତରେ ଯାଏ ଗତ ବୁଧବାର ସନ୍ଧ୍ୟାରେ ପହଞ୍ଚିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।
ଏହି ଗସ୍ତ ସମୟରେ ମୁଖ୍ୟମନ୍ତ୍ରୀ ରାଜ୍ୟ ସ୍ୱାର୍ଥ ସମ୍ବଳିତ ବିଭିନ୍ନ ପ୍ରକଳ୍ପର ନେଇ କେନ୍ଦ୍ରମନ୍ତ୍ରୀ ମାନଙ୍କ ସହ ଆଲୋଚନା କରିବା ସମ୍ଭାବନା ଅଛି । ଓଡ଼ିଶାର ବିକାଶ ନେଇ ବିଭିନ୍ନ ଦାବି ଉପସ୍ଥାପନ କରିବେ ମୁଖ୍ୟମନ୍ତ୍ରୀ। ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସାକ୍ଷାତ କରିବେ ମୁଖ୍ୟମନ୍ତ୍ରୀ । ଆସନ୍ତା ୧୩ ତାରିଖରେ ଭୁବନେଶ୍ୱର ଫେରିବେ ମୁଖ୍ୟମନ୍ତ୍ରୀ।
ଦିଲ୍ଲୀ ରହଣୀ ସମୟରେ ମୁଖ୍ୟମନ୍ତ୍ରୀ ବିଭିନ୍ନ ପ୍ରସଙ୍ଗରେ କେନ୍ଦ୍ରମନ୍ତ୍ରୀଙ୍କୁ ଭେଟିବା ସମ୍ଭାବନା ରହିଛି। କେନ୍ଦ୍ରକୁ ବିଭିନ୍ନ ଯୋଜନାରେ ବକେୟା ଅର୍ଥ ଓଡ଼ିଶାକୁ ତୁରନ୍ତ ଦେବାକୁ ଦାବି କରିବେ। ରାଜ୍ୟର ନ୍ୟାର୍ଯ୍ୟ ଦାବି ଉପସ୍ଥାପନ ଦିଗରେ ମୁଖ୍ୟମନ୍ତ୍ରୀଙ୍କ ଦିଲ୍ଲୀ ଗସ୍ତ ବେଶ ଗୁରୁତ୍ବପୂର୍ଣ୍ଣ ବୋଲି ବିଜେଡି କହିଛି। ଲଗାତର କେନ୍ଦ୍ର ସରକାର ଓଡ଼ିଶା ପ୍ରତି ବିଭିନ୍ନ କ୍ଷେତ୍ରରେ ଅବହେଳା କରିବା ରାଜ୍ୟ ବିକାଶରେ ବାଧକ ସାଜିଛି। ଏସବୁ ପ୍ରସଙ୍ଗକୁ ମୁଖ୍ୟମନ୍ତ୍ରୀ ଦିଲ୍ଲୀ ଦରବାରରେ ଉଠାଇ ରାଜ୍ୟ ପାଇଁ ହକ୍ ମାଗିବେ।
