ଅନଲାଇନରେ ମିଳିବ ଶକ୍ତି ବିଭାଗର ୯ଟି ସେବା, ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୁକ୍ରବାର ଶକ୍ତି ବିଭାଗର ନଅଟି ଅନଲାଇନ ସେବାର ଶୁଭାରମ୍ଭ କରିଛନ୍ତି । ଏହି ଅନଲାଇନ୍ ସେବାଗୁଡିକ ଏକକ ପ୍ଲାଟଫର୍ମ ସହିତ ସଂଯୁକ୍ତ କରାଯାଇଛି । ଉପଭୋକ୍ତାମାନେ edistrict.odisha.gov.in ଏବଂ eicelectricityodisha.nic.in ରେ ଏହାର ସୁବିଧା ନେଇପାରିବେ । ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଲୋକମାନଙ୍କୁ ମୁକ୍ତ ସେବା ଯୋଗାଇବା ତାଙ୍କ ସରକାରଙ୍କ ସର୍ବଦା ପ୍ରାଥମିକତା ଅଟେ । ଜୀବନର ପ୍ରତ୍ୟେକ କ୍ଷେତ୍ରରେ ଏଭଳି ପରିବର୍ତନ ଆଣିବାକୁ ଆମେ ପ୍ରତିବଦ୍ଧ ବୋଲି ସେ କହିଛନ୍ତି । ସେ କହିଛନ୍ତି ଯେ ଏହି ଅନଲାଇନ୍ ସେବା ଆମ ରାଜ୍ୟର କୁଶଳୀ ବୈଦ୍ୟୁତିକ କର୍ମଜୀବୀ ବ୍ୟତୀତ ଶିଳ୍ପ, ବାଣିଜ୍ୟିକ ପ୍ରତିଷ୍ଠାନ ପାଇଁ ଲାଭଦାୟକ ହେବ ।
ଏହି ବ୍ୟବସ୍ତା ଅନୁଯାୟୀ, ବୈଦ୍ୟୁତିକ ଲାଇସେନ୍ସ ଆବେଦନ ଓ ନବୀକରଣ କରାଯିବା ସହ ଇଲେକ୍ଟ୍ରିକାଲ ଡ୍ରଇଁକୁ ଅନୁମତି , ଜରୁରୀକାଳୀନ ଅନୁଧ୍ୟାନ ରିପୋର୍ଟ, ସ୍ବଲ୍ପକାଳୀନ ଲାଇସେନ୍ନ ପ୍ରଦାନ ଭଳି ବ୍ୟବସ୍ଥା ଅନଲାଇନ ଯୋଗେ ହୋଇପାରିବ। ଏହି କାର୍ଯ୍ୟକ୍ରମରେ ଶକ୍ତି ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର, ଫାଇଭ-ଟି ସଚିବ ଭି.କେ ପାଣ୍ଡିଆନ, ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ଓ ଉନ୍ନୟନ କମିଶନର ପି. କେ ଜେନା ପ୍ରମୁଖ ଉପସ୍ଥିତ ଥିଲେ।
