ହୋଲି ଅବସରରେ ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର : ରଙ୍ଗର ପର୍ବ ହୋଲି ଅବସରରେ ରାଜ୍ୟବାସୀଙ୍କୁ ଆନ୍ତରିକ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସମସ୍ତ କୋଭିଡ ନିୟମ ପାଳନ କରି ଉତ୍ସବରେ ସାମିଲ ହେବା ସହ ସମସ୍ତେ ସୁସ୍ଥ ଓ ଖୁସିରେ ରହିବା ସେ କାମନା କରିଛନ୍ତି ।
ହୋଲି ପାଇଁ ଉତ୍ସବ ମୁଖର ଗାଁଠୁ ସହର । ସବୁଠି ଉତ୍ସାହର ମୋହେଲ । ପରସ୍ପରକୁ ରଙ୍ଗ ବୋଳି ଶୁଭେଚ୍ଛା ଜଣାଉଛନ୍ତି। ସମସ୍ତ ରାଗ, ଅଭିମାନ ଭୁଲି ରଙ୍ଗରେ ରଙ୍ଗୀନ୍ ହୋଇଯିବାର ଦିନ ଆଜି। ଦୁଇ ବର୍ଷ କୋଭିଡ୍ କଟକଣା ପରେ ଏଥର ହୋଲିରେ ଅଧିକ ଚମକ ଦେଖିବାକୁ ମିଳୁଛି। ଏହି ରଙ୍ଗର ପର୍ବ ହୋଲି ଅବସରରେ ରାଜ୍ୟବାସୀଙ୍କୁ ମୋର ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଉଛି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସେ କହିଛନ୍ତି ସମସ୍ତ କୋଭିଡ ନିୟମ ପାଳନ କରି ଉତ୍ସବରେ ସାମିଲ ହୁଅନ୍ତୁ। ସମସ୍ତେ ସୁସ୍ଥ ରୁହନ୍ତୁ ଓ ଖୁସିରେ ରୁହନ୍ତୁ । ଏହାହିଁ ମୋର ରାଜ୍ୟବାସୀଙ୍କୁ କାମନା ।
