ଗ୍ୟାସ ସିଲିଣ୍ଡର ଦୁର୍ଘଟଣାରେ ମୃତକଙ୍କ ପାଇଁ ୨ ଲକ୍ଷ ଟଙ୍କାର ଅନୁକମ୍ପାମୂଳକ ସହାୟତା ଘୋଷଣା କଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର : ଖୋର୍ଦ୍ଧା ଜିଲା ବାଣପୁରର ଗମ୍ଭାରୀମୁଣ୍ଡା ଗାଁରେ ଗୁରୁବାର ଗ୍ୟାସ ସିଲିଣ୍ଡର ଦୁର୍ଘଟଣାରେ ୭ଜଣଙ୍କ ସମେତ ୧୦ ଜଣ ଆହତ ହୋଇଥିଲେ। ଏଥିରେ ଜଣେ ଗୁରୁତର ଆହତ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଛି । ଏନେଇ ଖବର ପାଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଭୀର ଶୋକ ପ୍ରକାଶ କରିଛନ୍ତି। ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ସମବେଦନା ଜଣାଇବା ସହ ମୃତକଙ୍କ ଆତ୍ମୀୟଙ୍କ ପାଇଁ ମୁଖ୍ୟମନ୍ତ୍ରୀ ୨ ଲକ୍ଷ ଟଙ୍କାର ଅନୁକମ୍ପାମୂଳକ ସହାୟତା ଘୋଷଣା କରିଛନ୍ତି । ସେହିପରି ଏହି ଘଟଣାରେ ଗୁରୁତର ଓ ଆହତ ହୋଇ ଚିକିତ୍ସିତ ଵ୍ୟକ୍ତିମାନଙ୍କ ଉତ୍ତମ ଚିକିତ୍ସା ଯୋଗାଇ ଦେବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେବା ସହ ସୋମାନଙ୍କର ଆଶୁ ଆରୋଗ୍ୟ କାମନା କରିଛନ୍ତି।
