କ୍ଲଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ ଉଦ୍ଯାପିତ
ବାହାନଗା : ବାହାନଗା ବ୍ଲକ ଦରଡ଼ିଆ ସି.ପି.ୟୁ.ପି ସ୍କୁଲ ପ୍ରାଙ୍ଗଣରେ ଶନିବାର ଦିନ ଶିବପୁରା କ୍ଲଷ୍ଟରର କ୍ଲଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ (ସୁରଭି କାର୍ଯ୍ୟକ୍ରମ)ଅନୁଷ୍ଠିତ ହୋଇଯାଇଛି । ଏହି ମହୋତ୍ସବରେ ଶିବପୁରା କ୍ଲଷ୍ଟରର ୧୦ଟି ସ୍କୁଲର ପିଲାମାନେ ବିଭିନ୍ନ ପ୍ରତିଯୋଗିତାରେ ଭାଗ ନେଇଥିଲେ । ଏହି ଉତ୍ସବରେ ସ.ଆର.ସି.ସି. ରାଜେନ୍ଦ୍ର ଦାସଙ୍କ ସହ ମୁଖ୍ୟ ଅତିଥି ଭାବେ ପୂର୍ବତନ ସ.ଆର.ସି.ସି. ରାସବିହାରୀ ନାୟକ ଯୋଗ ଦେଇଥିଲେ । ଏହି ଉତ୍ସବରେ ଦରଡ଼ିଆ ସି.ପି.ୟୁ.ପି ସ୍କୁଲର ପ୍ରଧାନଶିକ୍ଷକ ମୁକ୍ତିକାନ୍ତ ମିଶ୍ର ସଭାପତିତ୍ୱ କରିଥିଲେ ବେଳେ ପ୍ରଦୀପ କୁମାର କବି ମୁଖ୍ୟବକ୍ତା ଭାବେ ଯୋଗ ଦେଇଥିଲେ । ଉତ୍ସବରେ ବି.ଆର.ସି.ସି. ରୋହିୟା ଟୁଡ଼ୁ , ବିବେକାନନ୍ଦ ସାହୁ ପ୍ରମୁଖ ଉତ୍ସବରେ ଯୋଗ ଦେଇଥିଲେ, ଦିଲୀପ କବି ଏହି ଉତ୍ସବକୁ ପରିଚାଳନା କରିବା ସହିତ ସଭା ଶେଷରେ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।
