ସ୍କୁଲ ପରିସରରେ ବିଦ୍ୟୁତ ଆଘାତରେ ଦଶମ ଶ୍ରେଣୀ ଛାତ୍ରୀ ମୃତ
ଜୟପୁର : ସ୍କୁଲ ପରିସରରେ ବିଦ୍ୟୁତ ଆଘାତରେ ଜଣେ ଦଶମ ଶ୍ରେଣୀ ଛାତ୍ରୀଙ୍କ ମୃତ୍ୟୁ ହୋଇଛି । କୋରାପୁଟ ଜିଲା କୁନ୍ଦୁରା ବ୍ଲକ ଦିଗାପୁର ସରକାରୀ ଆବାସିକ ସ୍କୁଲରେ ଘଟିଛି ଏହି ଘଟଣା ।
ମୃତ ଛାତ୍ରୀଙ୍କ ନାଁ ସବିତା ମାଠପଡ଼ିଆ। ଆଜି ସକାଳ ପ୍ରାୟ ୯ଟା ବେଳେ ସ୍କୁଲ୍ ହତା ଭିତରେ ଥିବା ଏକ ହାଇମାଷ୍ଟ ଲାଇଟ୍ ପୋଲ୍କୁ କୌଣସି କାରଣ ବଶତଃ ସବିତା ଛୁଇଁ ଦେଇଥିଲେ। ବିଦ୍ୟୁତ୍ ଆଘାତରେ ସେ ଗୁରୁତର ହୋଇପଡ଼ିଥିଲେ। ସବିତାଙ୍କୁ ଗୁରୁତର ଅବସ୍ଥାରେ ଜୟପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନିଆଯାଇଥିଲେ ମଧ୍ୟ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।
