ଡ୍ରାଇଭର ଏକତା ମଞ୍ଚ ତରଫରୁ ଦାବୀପତ୍ର
ଖଇରା : ଆସନ୍ତା ମାର୍ଚ୍ଚ ୧୫ତାରିଖରୁ ଡ୍ରାଇଭର ଏକତା ,ଞ୍ଚ ତରଫରୁ ସାରା ରାଜ୍ୟରେ ଚକବନ୍ଦ ଆନ୍ଦୋଳନ ଡାକରା ଦିଆ୍ାଇଥିବା ବେଳେ ଏ ସମ୍ପର୍କରେ ଖଇରା ଶାଖା ବିଭିନ୍ନ ଦାବୀ ସମ୍ବଳିତ ସ୍ମାରକ ପତ୍ର ଖଇରା ଥାନା ଆଇଆଇସି, ବିଡିଓ, ତହସିଲଦାରଙ୍କୁ ପ୍ରଦାନ କରାଯାଇଛି । ଖଇରା ଶାଖା କର୍ମକର୍ତ୍ତା ସୁରେନ୍ଦ୍ର ପ୍ରସାଦ ଦାସ,ଆଡମିନି ମାନସ କୁମାର ବିଶ୍ୱାଳ,ନିର୍ମଳ ଲେଙ୍କା ପ୍ରମୁଖଙ୍କ ନେତୃତ୍ୱରେ ଏହି ଦାବୀପତ୍ର ଦିଆଯାଇଛି । ରାଜ୍ୟର ଡ୍ରାଇଭର ମାନଙ୍କ ସୁରକ୍ଷା,ସମ୍ମାନ ଓ ଅଧିକାର ପାଇଁ ବାରମ୍ବାର ସରକାରଙ୍କୁ ଅବଗତ କରାଯାଇଥିଲେ ହେଁ ଏହା ପୁରଣ ହେଉନଥିବାରୁ ବାଧ୍ୟ ହୋଇ ଅଖଚକ ବନ୍ଦର ଡାକରା ଦିଆଯାଇଛି । ଏଥିନିମନ୍ତେ ଅଧିକାରୀ ମାନଙ୍କ ସହଯୋଗ କାମନା କରାଯାଇଛି ।
