ମନ୍ତ୍ରୀଙ୍କ ଉପରେ ଗୁଳି ମାଡ ଘଟଣାର ଜାଂଚ ଦାୟିତ୍ୱ ନେଲା ସିଆଇଡି କ୍ରାଇମ ବ୍ରାଂଚ
ଭୁବନେଶ୍ୱର : ସ୍ୱାସ୍ଥ୍ୟ ମନ୍ତ୍ରୀ ନବ କିଶୋର ଦାସଙ୍କ ଉପରେ ଗୁଳି ମାଡ ଘଟଣାରେ ଜାଂଚର ଦାୟିତ୍ୱ ନେଇଛି ସିଆଇଡି କ୍ରାଇମ ବ୍ରାଂଚ । ଏହି ମାମଲାର ଜାଂଚ ପାଇଁ ସାତ ଜଣିଆ ସ୍ୱତନ୍ତ୍ର ଟିମ ଗଠନ କରାଯାଇଛି । ଏହି ଟିମରେ ସାଇବର ବିଶେଷଜ୍ଞ, ବାଲାଷ୍ଟିକ ବିଶେଷଜ୍ଞ ଓ କ୍ରାଇମ ବ୍ରାଂଚର ଅଧିକାରୀ ସାମିଲ ଅଛନ୍ତି । କ୍ରାଇମ ବ୍ରାଂଚ ପକ୍ଷରୁ ଏହି ସୂଚନା ଦିଆଯାଇଛି । ଡିଏସପି ରମେଶ ଚନ୍ଦ୍ର ଦୋରା ଏହି ସ୍ୱତନ୍ତ୍ର ଟିମର ନେତୃତ୍ୱ କରୁଛନ୍ତି । ମାମଲାର ଜାଂଚ କରିବାକୁ ଏହି ଟିମ ହେଲିକେପ୍ଟର ଯୋଗେ ବ୍ରଜରାଜନଗର ପହଂଚିଛି । ଏହି ଟିମ ପହଂଚିବା ପରେ ସେଠାର ତଦନ୍ତ କାମ ଆରମ୍ଭ କରିଛି । ଏହି ମାମଲାର ବ୍ୟକ୍ତିଗତ ଭାବେ ତଦାରଖ କରିବାକୁ ଅତିରିକ୍ତ ଡିଜିପି ଅରୁଣ ବୋଥରା ମଧ୍ୟ ଯାଇଥିବା ଜଣା ପଡିଛି ।
