ଚିତ୍ତରଞ୍ଜନ ହତ୍ୟା ମାମଲା : ଚାଲିଛି ସ୍ପଟ ଭେରିଫିକେସନ, ହୋଇପାରେ ଲାଏ ଡିଟେକ୍ସନ
ଭୁବନେଶ୍ୱର : ଚିତ୍ତରଞ୍ଜନଙ୍କୁ ହତ୍ୟା କରାଯାଇଥିଲା ନା ଏହା ଏକ ଦୁର୍ଘଟଣା ତାହା ସ୍ପଷ୍ଟ ହୋଇନି। ଆବଶ୍ୟକ ପଡ଼ିଲେ ଲାଏ ଡିଟେକ୍ସନ ମଧ୍ୟ କରାଯାଇପାରେ ।” ପୁରୀ ଏସ୍ପିଙ୍କ କାର୍ଯ୍ୟାଳୟରେ ପହଞ୍ଚି ଯୋଜନା ବୋର୍ଡ ଉପାଧ୍ୟକ୍ଷ ସଞ୍ଜୟ ଦାସବର୍ମାଙ୍କ ସହଯୋଗୀ ଚିତ୍ତରଞ୍ଜନ ପଲେଇଙ୍କ ହତ୍ୟା ଘଟଣା ତତନ୍ତ ସମ୍ପର୍କରେ ଏପରି କହିଛନ୍ତି କ୍ରାଇମବ୍ରାଞ୍ଚ ଏଡିଜି ସଞ୍ଜୀବ ପଣ୍ଡା । ଏହାପରେ କ୍ରାଇମବ୍ରାଞ୍ଚ ଏଡିଜି ସଞ୍ଜୀବ ପଣ୍ଡା ଘଟଣାସ୍ଥଳକୁ ଯାଇ ସ୍ଥିତି ଅନୁଧ୍ୟାନ କରିଛନ୍ତି। ମୃତଦେହ ମିଳିଥିବା ଗଡ଼ମୃଗଶିରା ଓ ବାଇକ୍ ପଡ଼ିଥିବା ଜମାରସୁଆଁର ଗଲେ ଏଡିଜି । ସାଙ୍ଗରେ ପୁରୀ ଏସ୍ପିଙ୍କ ସମେତ କ୍ରାଇମ୍ବ୍ରାଞ୍ଚ ଓ ପୁରୀ ପୁଲିସର ବରିଷ୍ଠ ଅଧିକାରୀ ଉପସ୍ଥିତ ଅଛନ୍ତି। ଚିତ୍ତରଞ୍ଜନ ହତ୍ୟା ଘଟଣାରେ ଏ ଯାଏ ୫ ଜଣଙ୍କ ବୟାନ ରେକର୍ଡ କରାଯାଇଛି। ସଞ୍ଜୟ ଦାସବର୍ମାଙ୍କ ପିଏସଓ ସର୍ବେଶ୍ୱର ଜେନା , ଜଗନ୍ନାଥ ଷଡଙ୍ଗୀ ଓ ଚିତ୍ତଙ୍କ ପୁତୁରା ଦିଲୀପ ପଲାଇଙ୍କୁ ପଚରାଉଚରା କରାଯାଇ ବୟାନ ରେକର୍ଡ କରାଯାଇଛି । ସେହିପରି ଏହି ଘଟଣାରେ ଜଣେ ମହିଳାଙ୍କ ସମ୍ପୃକ୍ତି ନେଇ ଚର୍ଚ୍ଚା ଚାଲିଥିବା ବେଳେ ତାଙ୍କୁ ଆଣି ପଚରାଉଚରା କରାଯାଉଥିବା ଜଣାଯାଇଛି। ଅପରପକ୍ଷେ, କ୍ରାଇମବ୍ରାଞ୍ଚ ଟିମ୍ ଗତକାଲି ମାଟିଆପଡ଼ାର ଜଗା ଘରେ ହେଉଥିବା ଭୋଜିସ୍ଥଳକୁ ଯାଇ ଖୋଲତାଡ଼ କରିଛି । ଜଗାର ସାହି ପଡ଼ୋଶୀ ଲୋକଙ୍କ ସହ ଆଲୋଚନା କରିଛି କ୍ରାଇମ୍ବ୍ରାଞ୍ଚ। ଆବଶ୍ୟକ ପଡ଼ିଲେ ଲାଏ ଡିଟେକ୍ସନ ମଧ୍ୟ କରାଯାଇପାରେ । ମୃତଦେହ ମିଳିଥିବା ଗଡ଼ମୃଗଶିରା ଓ ବାଇକ୍ ପଡ଼ିଥିବା ଜମାରସୁଆଁର ଗଲେ ଏଡିଜି । ଅପରପକ୍ଷେ ଚିତ୍ତଙ୍କ ମୃତ୍ୟୁ ହତ୍ୟା ନା ଦୁର୍ଘଟଣା ତାହା ଏ ଯାଏ ସ୍ପଷ୍ଟ ହୋଇଛି। ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ଏହା ସ୍ପଷ୍ଟ ହେବ ବୋଲି କହିଛନ୍ତି କ୍ରାଇମବ୍ରାଞ୍ଚ ଏଡିଜି।
ସୂଚନା ଅନୁଯାୟୀ ଗତ ଶନିବାର ରାତିରେ ପୁରୀ ମାଟିଆ ପଡ଼ା ଅଞ୍ଚଳର ଜଗନ୍ନାଥ ଷଡ଼ଙ୍ଗୀ ଘରେ ଭୋଜିର ଆୟୋଜନ ହୋଇଥିଲା । ସେହି ଭୋଜିକୁ ଚିତ୍ତ ରଞ୍ଜନ ଯାଇ ଫେରି ନଥିଲେ । ତାଙ୍କ ମୋବାଇଲ ବନ୍ଦ ରହିଥିଲା। ରବିବାର ଯାଏ କୌଣସି ପତ୍ତା ନ ମିଳିବାରୁ ସଦର ଥାନାରେ ଅଭିଯୋଗ କରିଥିଲେ ପରିବାର ଲୋକେ।ଏହାପରେ ଡିସେମ୍ବର ୧୩ ତାରିଖରେ ପୁରୀ ନୂଆନଈ ନିକଟରୁ ଚିତ୍ତରଂଜନଙ୍କ ମୃତଦେହ ମିଳିଥିଲା। ଚିତ୍ତଙ୍କ ମୃତ୍ୟୁ ପରେ ତାଙ୍କ ପତ୍ନୀ ସୁଭଦ୍ରା ପଲେଇ ସଞ୍ଜୟଙ୍କ ଉପରକୁ ସିଧାସଳଖ ଆଙ୍ଗୁଠି ଉଠାଇଥିବା ବେଳେ ଏବେ କିନ୍ତୁ ବଦଳାଇଛନ୍ତି ସ୍ୱର। କ୍ରାଇମବ୍ରାଞ୍ଚ ତଦନ୍ତ ଉପରେ ମୋର ଭରସା ରହିଛି। କାଇମବ୍ରାଞ୍ଚକୁ ତା’ କାମ କରିବାକୁ ଦିଅଯାଉ ବୋଲି ଗତକାଲି କହିଥିଲେ ସୁଭଦ୍ରା।
