ଚିଟ୍ଫଣ୍ଡ ଠକେଇ ମାମଲା : ୨ ଜଣଙ୍କୁ ୭ବର୍ଷ ଓ ୨ଜଣଙ୍କୁ ୩ ବର୍ଷ ଲେଖାଏଁ ଜେଲ୍ ଦଣ୍ଡ
ବାଲେଶ୍ୱର : ବାଲେଶ୍ୱର ଜିଲାର ଚିଟ୍ଫଣ୍ଡ ଅଦାଲତରେ ଏକ ମାମଲାର ବିଚାର କରି ବିଚାରପତି ବିଶ୍ୱଜିତ ଦାଶ ୨ ଜଣ ଅଭିଯୁକ୍ତଙ୍କୁ ୭ବର୍ଷ ଏବଂ ଅନ୍ୟ ୨ ଜଣ ଅଭିଯୁକ୍ତଙ୍କୁ ୩ ବର୍ଷ ଲେଖାଏଁ ଜେଲ ଦଣ୍ଡ ଶୁଣାଇଛନ୍ତି ।
ଶାସ୍ତ୍ର ଏଣ୍ଟରପ୍ରାଇଜ ପ୍ରାଇଭେଟ ଲିମିଟେଡ ନାମକ ଏକ ଘରୋଇ କମ୍ପାନୀ ମୟୁରଭଞ୍ଜ ଜିଲାର ବାରିପଦା ସହରରେ ଗତ ୨୦୦୯ ମସିହାରୁ ଖୋଲି ବିଭିନ୍ନ ପ୍ରକାରର ଲାଭ ଦାୟକ ସ୍କିମ ମାଧ୍ୟମରେ ମୟୁରଭଞ୍ଜ ଜିଲାରୁ ୧୦୩୨୭ ଏବଂ ରାଜ୍ୟରୁ ୨୧ କୋଟି ୯୩ ଲକ୍ଷ ୫୦ହଜାର ଲୋକଙ୍କ ଠାରୁ ଅର୍ଥ ଗ୍ରହଣ କରି ଠକେଇ ଅଭିଯୋଗ ହୋଇଥିଲା । ଉକ୍ତ ମାମଲାର ବିଚାର କରି ମାନ୍ୟବର ଅଦାଲତ କମ୍ପାନୀର ମୁଖ୍ୟ ପରିଚାଳକ ଭି. ସମ୍ପଦ ଓ ବୋର୍ଡ଼ ଅଫ୍ ଡାଇରେକ୍ଟର ବି. ମଲ୍ଲିକାର୍ଜୁନ ରାଜୁଙ୍କୁ ୭ ବର୍ଷ ଲେଖାଏଁ ଜେଲ ଦଣ୍ଡାଦେଶ ସହିତ ୪ ଲକ୍ଷ ୨୧ ହଜାର ଟଙ୍କା ଫାଇନ୍ କରିଛନ୍ତି । ସେହିପରି ଅନ୍ୟ ଦୁଇ ସହଯୋଗୀ ସଦାଶିବ ନାୟକ ଓ ତପନ ବାରିକଙ୍କୁ ୩ ବର୍ଷ ଲେଖାଏଁ ଜେଲ ଦଣ୍ଡ ସହ ୬୦ ହଜାର ଟଙ୍କା କରିଥିବାର ଜଣାପଡ଼ିଛି ।
