ଶିଶୁ ମହୋତ୍ସବ ସୁରଭ-୨୦୨୨ ଅନୁଷ୍ଠିତ
ରୂପସା : ବାଲେଶ୍ୱର ଜିଲା ରୂପସା ଥାନା ଅନ୍ତର୍ଗତ ଗଡ଼ପଦା ଆଞ୍ଚଳିକ ସାଧନ କେନ୍ଦ୍ର ଆନୁକୂଲ୍ୟରେ ଶିଶୁ ମହୋତ୍ସବ ସୁରଭି -୨୦୨୨ ଗୁରୁବାର ଅନୁଷ୍ଠିତ ହୋଇଯାଇଛି । ଉଦ୍ଘାଟନୀ ଉତ୍ସବରେ ପରିଚାଳନା ସମିତି ସଭାପତି ଅକ୍ଷୟ କୁମାର ମହାପାତ୍ର ଅଧ୍ୟକ୍ଷତା କରିଥିଲେ । ମୁଖ୍ୟ ଅତିଥି ଏବିଇଓ ବାସନ୍ତୀ ପୃଷ୍ଟି ଉତ୍ସବକୁ ଉଦ୍ଘାଟନ କରିବା ସହ ସୁରଭି କୁନି ପିଲାଙ୍କ ପ୍ରତିଭା ବିକାଶର ମାଧ୍ୟମ ବୋଲି ବକ୍ତବ୍ୟରେ କହିଥିଲେ । ସାଧନ କେନ୍ଦ୍ର ସଂଯୋଜକ ଅନିଲ କୁମାର ପାତ୍ରଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ବାରାପାଳ ରାଧାକୃଷ୍ଣ ୟୁପି ସ୍କୁଲରେ ଆୟୋଜିତ ଏହି ଉତ୍ସବରେ କ୍ଲଷ୍ଟର ଅନ୍ତର୍ଗତ ୧୪ଟି ବିଦ୍ୟାଳୟର ଛାତ୍ରୀଛାତ୍ର ବିଭିନ୍ନ ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିଲେ ।
ପୁରସ୍କାର ବିତରଣ ଉତ୍ସବରେ ମୁଖ୍ୟ ବକ୍ତା ପ୍ରାକ୍ତନ ଏବିଇଓ ଧନଞ୍ଜୟ ବେହେରା ଯୋଗ ଦେଇଥିବା ବେଳେ ସମ୍ମାନୀତ ଅତିଥି ପ୍ରାକ୍ତନ ପ୍ରଧାନ ଶିକ୍ଷକ ଜୟକୃଷ୍ଣ ଗିରି, ପ୍ରାକ୍ତନ ବ୍ୟାଙ୍କ ମ୍ୟାନେଜର ଯୋଗେଶ୍ୱର ମହାପାତ୍ର, ପ୍ରେସକ୍ଲବ ସଭାପତି ବାଞ୍ଛାନିଧି ଦେ,ପ୍ରାକ୍ତନ ସରପଞ୍ଚ ମାୟାଧର ମଣି, ପ୍ରଧାନଶିକ୍ଷକ ଗିରିଜା ଶଙ୍କର ବେହେରା, ପ୍ରଧାନ ଶିକ୍ଷୟିତ୍ରୀ ଚିତ୍ରରେଖା ନାୟକ, ଏସଏମସି ପ୍ରେସିଡେଣ୍ଟ ଭାଗିରଥି ନାୟକ ପ୍ରମୁଖ ମଞ୍ଚାସୀନ ଥିଲେ । ପ୍ରଧାନ ଶିକ୍ଷକ ପଞ୍ଚୁପାଣ୍ଡବ ଧଳ ମଞ୍ଚ ସଂଯୋଜନା କରିଥିଲେ । ଶିକ୍ଷକ ଭବାନୀ ଶଙ୍କର ଭୋଇ, ଚନ୍ଦ୍ରମୋହନ ସାହୁ, ରାମହରି ବେହେରା, କାଳିଚରଣ ଯେନା, ଜଗନ୍ନାଥ ବେହେରା, ତପସ୍ୱୀ ମହାପାତ୍ର, ଦମୟନ୍ତୀ ବେହେରା ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ଛାତ୍ର ଦୀପ୍ତରାଗ ଦେ ସ୍ୱାଗତ ସଂଗୀତ ଗାନ ଓ ଛାତ୍ରୀ ଭୂମିକା ଦାସ ଓଡିଶୀ ନୃତ୍ୟ ପରିବେଷଣ କରିଥିଲେ । ଶିକ୍ଷକ ବାସୁଦେବ ବେହେରା ଧନ୍ୟବାଦ ଅର୍ପଣ କରିଥିଲେ ।
