ମହତୀପୁର ସ୍କୁଲରେ ଶିଶୁ ମହୋତ୍ସବ ଓ ଶିକ୍ଷକ ସମ୍ବର୍ଦ୍ଧନା
ଖଇରା : ବାଲେଶ୍ୱର ଜିଲା ଅନ୍ତର୍ଗତ ଖଇରା ମଣ୍ଡଳ ନିମ୍ନ ମାଧ୍ୟମିକ ଶିକ୍ଷକ ସଂଘ ଆନୁକୂଲ୍ୟରେ ଦ୍ୱାଦଶ ଯଦୁନାଥ ସ୍ମୃତି ଶିଶୁ ମହୋତ୍ସବ ଓ ଅବସରପ୍ରାପ୍ତ ଶିକ୍ଷକ ସମ୍ବର୍ଦ୍ଧନା ଉତ୍ସବ ସୋମବାର ଦିନ ମହତୀପୁର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇ ଯାଇଛି । ଖଇରା ମଣ୍ଡଳ ସଭାପତି ପ୍ରଫୁଲ୍ଲ କୁମାର ଦାଶଙ୍କ ପୌରହିତ୍ୟରେ ଆୟୋଜିତ ସ୍ମୃତିସଭାରେ ରାଜ୍ୟ ସଭାପତି ବିକ୍ରମ କୁମାର ଦାଶ ମୁଖ୍ୟ ଅତିଥି,ରାଜ୍ୟ ସାଧାରଣ ସମ୍ପାଦକ ସୁକାନ୍ତ କୁମାର ବେହେରା ମୁଖ୍ୟବକ୍ତା,ଏବିଇଓ ଶ୍ରୀଧର ବେହେରା ଓ ଗୌରାଙ୍ଗ ମହାପାତ୍ର ,ସରପଞ୍ଚ ଆରତି ମହାନ୍ତି,ସମିତିସଭ୍ୟା ଭାନୁପ୍ରିୟା ସାହୁ,ଶିକ୍ଷକ ନେତା ବିଜୟ କୁମାର ଦ୍ୱିବେଦୀ,ବଲଭଦ୍ର ମିଶ୍ର,ସୁଶାନ୍ତ ଶେଖର ଦାଶ,ରବିନ୍ଦ୍ର ପଣ୍ଡା,ଗୌରାଙ୍ଗ ପାଣିଗ୍ରାହୀ,ଜଗବନ୍ଧୁ ସାହୁ,ସୁଦର୍ଶନ ସେଠୀ,ଶଙ୍କର୍ଷଣ ଜେନା ପ୍ରମୁଖ ସମ୍ମାନନୀୟ ଅତିଥି ଭାବେ ଯୋଗ ଦେଇ ଦିବଂଗତ ଶିକ୍ଷକ ଯଦୁନାଥ ନାୟକଙ୍କ କର୍ତ୍ତବ୍ୟପରାୟଣତା, ସମୟାନୁବର୍ତ୍ତତା ଉପରେ ଆଲୋକପାତ କରିଥିଲେ । ଯଦୁନାଥ ସ୍ମୃତିକମିଟିର ଟ୍ରଷ୍ଟି ଉମାକାନ୍ତ ନାୟକ ସମସ୍ତଙ୍କ ସହଯୋଗ ପାଇଁ ଧନ୍ୟବାଦ ଅର୍ପଣ କରିଥିଲେ । ବର୍ତ୍ତମାନର ସାରକୋଣା ୟୁପି ସ୍କୁଲର ପ୍ରଧାନଶିକ୍ଷକ ବସନ୍ତ କୁମାର ଦାସଙ୍କସମେତ ୩୦ଜଣ ଅବସରପ୍ରାପ୍ତ ଶିକ୍ଷକ,ବିଭିନ୍ନ ପ୍ରତିଯୋଗିତାରେ କୃତିତ୍ୱ ଅର୍ଜନ କାରୀ ୧୯ଛାତ୍ରୀଛାତ୍ରଙ୍କୁ ମାନପତ୍ର ଓ ଉତ୍ତରୀୟ ପ୍ରଦାନ କରାଯାଇଥିଲା । ପିଲାମାନଙ୍କ ଦ୍ୱାରା ସ୍ୱାଗତ ନୃତ୍ୟ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଶିତ ହୋଇଥିଲା ।
