ଭାରତୀୟ ମହିଳା ହକି ଦଳକୁ ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ
ଭୁବନେଶ୍ୱର : ସମ୍ପ୍ରତ୍ତି ଟୋକିଓ ଅଲିମ୍ପିକ୍ସରେ ସୋମବାର ଦମ୍ଦାର ପ୍ରଦର୍ଶନ କରି ସେମିଫାଇନାଲରେ ପ୍ରବେଶ କରିଛି ଭାରତୀୟ ମହିଳା ହକି ଦଳ । ଏନେଇ ଦଳକୁ ଚାରିଆଡୁ ଶୁଭେଚ୍ଛାର ସୁଅ ଛୁଟିବାରେ ଲାଗିଛି । ଏହି ପରିପ୍ରେକ୍ଷୀରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଟୁଇଟ୍ କରି ଭାରତୀୟ ମହିଳା ହକି ଟିମ୍କୁ ଶୁଭେଚ୍ଛା ଜଣାଇଛନ୍ତି। ଟୁଇଟ୍ରେ ସେ କହିଛନ୍ତି ଯେ, ‘ମହିଳା ହକି ଦଳ ଏହି ବିଜୟ ଅଭିଯାନ ବଜାୟ ରଖୁ। ଭାରତୀୟ ମହିଳା ହକି ଦଳ ଦେଶର ସମ୍ମାନ ବଜାୟ ରଖୁ।’
ସୂଚନା ଯେ, ଟୋକିଓ ଅଲିମ୍ପିକରେ ତିନି ଥରର ଚାମ୍ପିଅନ୍ ହୋଇଥିବା ଅଷ୍ଟ୍ରେଲିଆକୁ ୧-୦ରେ ପରାସ୍ତ କରି ସେମିଫାଇନାଲର ପ୍ରବେଶ କରିଛି ଭାରତୀୟ ମହିଳା ହକି ଦଳ । ପ୍ରଥମ ଥର ପାଇଁ ଭାରତୀୟ ହକି ଟିମ ଅଲିମ୍ପିକରେ ସେମିରେ ପ୍ରବେଶ କରି ଏଭଳି ଇତିହାସ ହାସଲ କରିଛି । ସେମି-ଫାଇନାଲ୍ରେ ଭାରତ ଆର୍ଜେଣ୍ଟିନାର ମୁକାବିଲା କରିବ।
