ଇନଷ୍ଟାଗ୍ରାମରେ ପ୍ରେମ ପରେ ବ୍ଲାକମେଲିଂ କରି ଛତିଶଗଡ଼ ଯୁବକ ଗିରଫ
କନ୍ଧମାଳ : କନ୍ଧମାଳ ଜିଲ୍ଲା ଖଜୁରୀପଡା ଥାନାରେ ଆଜି ଏକ ରୋଚକ ପ୍ରେମ ସମ୍ପର୍କ ମାମଲାରେ ଛତିଶଗଡ଼ ରାଜ୍ଯ ରାଇଘର ଜିଲ୍ଲା ପୁଂଜପଥର ଥାନା ଉଜ୍ଜ୍ୱଳପୁର ଗ୍ରାମର ଭଗବତୀ ଦୀପ ନାମକ ଜଣେ ଯୁବକଙ୍କୁ ଖଜୁରୀପଡା ପୋଲିସ ଗୀରଫ କରି ଆଜି ପୋକ୍ସ ଧାରାରେ ୪୦/୨୩ ରେ ମାମଲା ରୁଜୁ କରି କୋର୍ଟ ଚାଲାଣ କରିଛି ।ଖଜୁରୀପଡା ଥାନା ଅଂଚଳର ଜଣେ ନାବାଳିକା ଝିଅ ଗତ କରୋନା କଟକଣା ସମୟରେ ମୋବାଇଲ ମାଧ୍ୟମରେ ଅନଲାଇନ ପାଠ ପଢୁଥିବା ବେଳେ ଇନଷ୍ଟାଗ୍ରାମରେ ଛତିଶଗଡ଼ ରାଜ୍ଯର ଉକ୍ତ ଯୁବକ କୌଣସି ପ୍ରକାରେ ନାବାଳିକାଙ୍କୁ ଚତୁରତାର ସହ ଫସେଇବା ସହ ପ୍ରେମ ସମ୍ପର୍କ ରଖିଥିଲେ । ପରବର୍ତ୍ତୀ ସମୟରେ ଅଭିଯୁକ୍ତ ଜଣକ ନାବାଳିକାଙ୍କ ଗ୍ରାମକୁ ଆସି ଶାରୀରିକ ସମ୍ପର୍କ ମଧ୍ଯ ରଖିଥିବା ନାବାଳିକାଙ୍କ ବାପା ଅଭିଯୋଗ କରିଛନ୍ତି । ବହୁଦିନ ପର୍ଯ୍ୟନ୍ତ ଅଭିଯୁକ୍ତ ଜଣକ ନାବାଳିକାଙ୍କ ସହ ସମ୍ପର୍କ ପରେ ଶେଷରେ ନାବାଳିକାଙ୍କୁ ବ୍ଲାକମେଲିଂ ଆରମ୍ଭ କରି ଟଙ୍କା ପଇସା ପଠେଇବାକୁ ବାଧ୍ଯ କରିବା ସହ ଟଙ୍କା ନଦେଲେ ସବୁ ଫଟୋ ଭିଡିଓ ଭାଇରାଲ କରିବାକୁ ନାବାଳିକାଙ୍କୁ ଧମକ ଦେବାପରେ ଶେଷରେ ଝିଅ ନିଜର ପରିବାରରେ ସବୁକଥା କହିବା ସହ ଅଭିଯୁକ୍ତ କୁ ଧରିବା ପାଇଁ ଯୋଜନା ଅନୁସାରେ ତାକୁ ଟଙ୍କା ଦେବାସହ ଭଲ ସମ୍ପର୍କ ରହୁ ବୋଲି କହି ନାବାଳିକାଙ୍କ ଘରକୁ ଡକାଇଥିଲେ । ଏନେଇ ଥାନାରେ ଲିଖିତ ଅଭିଯୋଗ ହୋଇଥିବା କାରଣରୁ ପୋଲିସ ଅଭିଯୁକ୍ତ ଭଗବତୀ ଦୀପ କୁ ତୁରନ୍ତ ଗୀରଫ କରି ଥାନାକୁ ଆଣି ପ୍ରାଥମିକ ତଦନ୍ତ ସହ କୋର୍ଟ ଚାଲାଣ କରିଥିବା ନେଇ ଥାନା ଅଧିକାରୀ ଗେଲ୍ଲୀ କୁମାରୀ ସାହୁ ସୁଚନା ପ୍ରଦାନ କରିଛନ୍ତି ।
