ଦାନ ଅର୍ଥ ଦୁର୍ନୀତି ମାମଲା : ଅଙ୍ଗ ସାନ ସୁ କିଙ୍କୁ ୬ ବର୍ଷର କାରାଦଣ୍ଡ
FILE - In this Dec. 17, 2019, file photo, Myanmar's leader Aung San Suu Kyi speaks during a joint press conference with Vietnam's Prime Minister Nguyen Xuan Phuc after their meeting at the Presidential Palace in Naypyitaw, Myanmar. Reports says Monday, Feb. 1, 2021 a military coup has taken place in Myanmar and Suu Kyi has been detained under house arrest. (AP Photo/Aung Shine Oo, File)
ୟାଙ୍ଗୋନ୍: ମିଆଁମାରର ବିତାଡ଼ିତା ବେସାମରିକ ନେତ୍ରୀ ତଥା ନୋବେଲ ବିଜେତା ଅଙ୍ଗ ସାନ ସୁ କିଙ୍କୁ ପୁଣି ୬ ବର୍ଷର କାରାଦଣ୍ଡରେ ଦଣ୍ଡିତ କରାଯାଇଛି | ପୂର୍ବରୁ ତାଙ୍କୁ ୪ ବର୍ଷର କାରାଦଣ୍ଡ ଶୁଣାଯାଇଥିଲା | ଏହି ରାୟ ଆସିବା ପରେ ୭୭ ବର୍ଷୀୟ ସୁ କିଙ୍କ ସମର୍ଥକମାନେ ତୀବ୍ର ବିରୋଧ କରିପାରନ୍ତି ବୋଲି କୁହାଯାଉଛି |
ସୂଚନା ମୁତାବକ ଜେଲ ପରିସରରେ ଥିବା ଏକ ଅଦାଲତ ତାଙ୍କୁ ଏକ ଏନଜିଓକୁ ମିଳିଥିବା ଦାନ ଅର୍ଥ ଦୁର୍ନୀତି କରିଥିବାରୁ ଦୋଷୀ ସାବ୍ୟସ୍ତ କରିଛନ୍ତି। ମିଆଁମାରରେ ସେନା କ୍ଷମତା ଅକ୍ତିଆର୍ କରିବା ପରେ ଚତୁର୍ଥ ଥର ପାଇଁ ସୁ କିଙ୍କୁ ଦୋଷୀ ସାବ୍ୟସ୍ତ କରାଯାଇଛି। ତାଙ୍କୁ ଏପର୍ଯ୍ୟନ୍ତ ମୋଟ ୧୭ ବର୍ଷ ଜେଲ ଦଣ୍ଡ ଶୁଣାଯାଇଥିବାବେଳେ ମେଣ୍ଡଲେ ହାଇକୋର୍ଟର ବିଚାରପତି ମେଣ୍ଟ ସାନ୍ ଏହି ରାୟ ପ୍ରଦାନ କରିବାବେଳେ କହିଛନ୍ତି ଯେ ସୁକିଙ୍କ କାରଣରୁ ଦେଶକୁ ୧୩ ମିଲିୟନ୍ ଡଲାର କ୍ଷତି ହୋଇଛି।
ଅଭିଯୋଗ ହୋଇଛି ଯେ ଡକ୍ଟର ଖିନଙ୍କ ନାମରେ ଥିବା ଏନଜିଓର କାର୍ଯ୍ୟାଳୟ ନିର୍ମାଣ ପାଇଁ ସେ ଯେଉଁ ଜମି ଦେଇଥିଲେ ତାହାକୁ ଅତି କମ ମୂଲ୍ୟରେ ଦିଆଯାଇଥିଲା | କିନ୍ତୁ ଆଭ୍ୟନ୍ତରୀଣ ରାଜସ୍ୱ ବିଭାଗ ଏହି ଜମିର ମୂଲ୍ୟ ଅଧିକ ଦାମରେ ସ୍ଥିର କରିଥିଲା । ସୂଚନା ଥାଉ କି ୨୦୨୦ ସାଧାରଣ ନିର୍ବାଚନରେ ସୁ କି’ଙ୍କ ‘ନ୍ୟାସ୍ନାଲ୍ ଲିଗ୍ ଫର୍ ଡେମୋକ୍ରାସି ପାର୍ଟି’ ବିପୁଳ ବିଜୟ ହାସଲ କରିଥିଲା। ମାତ୍ର ୨୦୨୧ ଫେବ୍ରୁଆରି ୧ ତାରିଖରେ ସେନା କ୍ଷମତା ଅକ୍ତିଆର୍ କରିବା ପରେ ସାଂସଦମାନଙ୍କୁ ସେମାନଙ୍କ ଆସନରେ ବସାଇ ଦିଆଗଲା ନାହିଁ। ସୁ କି ଏବଂ ତାଙ୍କ ଦଳ ଓ ସରକାରର ଅନେକ ବରିଷ୍ଠ ସହଯୋଗୀମାନଙ୍କୁ ମଧ୍ୟ ଗିରଫ କରାଯାଇଥିଲା।ନିର୍ବାଚନରେ ବ୍ୟାପକ ଜାଲିଆତି ହୋଇଥିବାରୁ ଏଭଳି ପଦକ୍ଷେପ ଗ୍ରହଣ କରାଯାଇଥିବା କଥା ସେନା କହିଥିଲା। ତେବେ ସମର୍ଥକମାନେ କହିଥିଲେ ଯେ ଏମିତି କରି ସୁ କି’ଙ୍କୁ ସକ୍ରିୟ ରାଜନୀତି ଫେରିବାର ବାଟ ବନ୍ଦ କରାଯାଉଛି।
