ଅନ୍ୱେଷଣ ଥିଏଟର ଗ୍ରୁପ ପକ୍ଷରୁ ଦାତବ୍ୟ ଚକ୍ଷୁ ଚିକିତ୍ସା ଶିବିର ଅନୁଷ୍ଠିତ
ଯାଜପୁର : ଦଶରଥପୁର ବ୍ଳକ ବିଞ୍ଝାରପୁର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବିରୁହାଁ ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ଯାଜପୁରର ଅଗ୍ରଣୀ ସାଂସ୍କୃତିକ ସ୍ୱେଚ୍ଛାସେବୀ ଅନୁଷ୍ଠାନ ଅନ୍ୱେଷଣ ଥିଏଟର ଗ୍ରୁପ ଓ ଭୁବନଶ୍ୱେର ସ୍ଥିତ ଅହଲ୍ୟା ହସ୍ପିଲାଟ୍ ମିଳିତ ଆନୁକୁଲ୍ୟରେ ଦାତବ୍ୟ ଚକ୍ଷୁ ପରୀକ୍ଷା ଶିବିର ଓ ମୋତିଆ ବିନ୍ଦୁ ଚିହ୍ନଟ କରଣ ଏବଂ ଦାତବ୍ୟରେ ଚଷମା ପରୀକ୍ଷା ଅନୁଷ୍ଠିତ ହୋଇଯାଇଅଛି । ୧୩ ଜଣ ମୋତିଆ ବିନ୍ଦୁ ଚିହ୍ନଟ କରଣ ହୋଇ ଭୁବନେଶ୍ୱରର ଅହଲ୍ୟା ହସ୍ପିଟାଲକୁ ଅସ୍ତ୍ରୋପଚାର ନିମନ୍ତେ ପଠାଯାଇଅଛନ୍ତି । ଉକ୍ତ କାର୍ଯ୍ୟକ୍ରମରେ ଅନ୍ୱେଷଣର ସଭାପତି ବୃନ୍ଦାବନି ମିଶ୍ରଙ୍କ ସଭାପତିତ୍ୱରେ ଅତିଥିରୂପେ ଦଶରଥପୁର ବ୍ଲକର ପୂର୍ବତନ ଉପାଧ୍ୟକ୍ଷ ତଥା ନନ୍ଦିପୁର ଗ୍ରାମ ସେବାସମବାୟ ସମିତିର ସଭାପତି ବିଷ୍ଣୁ ଚରର ମହାପାତ୍ର, ବିରୁହାଁ ଗ୍ରାମପଞ୍ଚାୟତର ସରପଞ୍ଚ ତଥା ଅନ୍ୱେଷଣଣ ଥିଏଟର ଗ୍ରୁପର ଉପସଭାପତି ସୁବାସ ଚନ୍ଦ୍ର ଦେବତା, ଉତ୍କଳ ସାମ୍ବାଦିକ ସଂଘର ଯାଜପୁର ଜିଲ୍ଲା ସଭାପତି ତଥା ଅନ୍ୱେଷଣର ଉପଦେଷ୍ଟା ହରିହର ସ୍ୱାଇଁ ଯୋଗଦେଇ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ । ଲୋକମାନଙ୍କୁ ମାଗଣା ଚକ୍ଷୁ ପରୀକ୍ଷା କରିବା ସହିତ ଆବଶ୍ୟକ ଚଷମା ପ୍ରଦାନ କରାଯାଇଥିଲା । ଅନ୍ୟମାନଙ୍କ ମଧ୍ୟରେ ଅନୁଷ୍ଠାନର ସାଂସ୍କୃତିକ ସମ୍ପାଦକ ଶଙ୍କର ସାହୁ, ଉପସଭାପତି ଉପେନ୍ଦ୍ର କୁମାର ଜେନା, କୋର କମିଟିର ଅଧ୍ୟକ୍ଷ ଏସ୍କେ ସାଜିଦ୍ (ଚାନ୍ଦ ବାବୁ), ସାମ୍ବାଦିକ ସନ୍ତୋଷ ମିଶ୍ର, ତାରାକାନ୍ତ ମଲ୍ଲିକ, ସମରଜିତ୍ ମହାନ୍ତି, ସୁରଜ କୁମାର ପଣ୍ଡା, ଗୋପାଳ ଚନ୍ଦ୍ର ବେହେରା, ଗୌତମ ବିକାଶ ମହାନ୍ତି, ଭରତ ଚନ୍ଦ୍ର ବେହେରା, ରଂଜନ କୁମାର ବେହେରା, ବିରଞ୍ôଚବାସୁଦେବ ନନ୍ଦ, ଅଚ୍ୟୁତାନନ୍ଦ ସ୍ୱାଇଁ, ଜ୍ୟୋତି ରଂଜନ ପୁହାଣ, ମାମାଲି ସାହୁ, ତପସ୍ୱିନୀ ମଲ୍ଲିକ, ବର୍ଷାପ୍ରିୟଦର୍ଶନୀ ଖୁଣ୍ଟିଆ, ସବିତା ରାଣି ମିଶ୍ର, ପ୍ରତ୍ୟୁଷ ମହାନ୍ତି, ସୁକାନ୍ତ ରାଉତ, ନିରଂଜନ ରାଉତ, ଅଦିକନ୍ଦ ପଣ୍ଡା ପ୍ରମୁଖ ଯୋଗଦେଇ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ଏବଂ ବିରୁହାଁ ପଞ୍ଚାୟତ ବିଶିଷ୍ଟ ସମାଜସେବୀ ସୁଦାମ ଚରର ପଣ୍ଡା, ସମିତି ସଭ୍ୟ ଲକ୍ଷ୍ମୀଧର ସାମଲ, ରମେଶ ଚନ୍ଦ୍ର ମଲ୍ଲିକ(ଜଡା), ଦେବେନ୍ଦ୍ର କର, ଦେବନ୍ଦ୍ର ଦାସ, ନାଏବ ସରପଞ୍ଚ ପ୍ରଦ୍ୟୁମନ୍ନ ରଉତ, ରାଜେନ୍ଦ୍ର ମଲ୍ଲିକ, ଅରବିନ୍ଦ ସୁନ୍ଦର ସାହୁ, ଅଭୟ କୁମାର ଧଳ, ନିରଂଜନ ରାଉତ, ଉମେଶ ମହାନ୍ତି, ଜଗବନ୍ଧୁ ଜେନା, ଜିତେନ୍ଦ୍ର ଜେନା ପ୍ରମୁଖ ଯୋଗଦେଇ କାର୍ଯ୍ୟକ୍ରମକୁ ସଂଚାଳନ କରିଥିଲେ । ଏହି ସମସ୍ତ କାର୍ଯ୍ୟକ୍ରମକୁ ଅନୁଷ୍ଠାନର ସମ୍ପାଦକ ଅଭିମନ୍ୟୁ ମିଶ୍ର ପରିଚାଳନା କରିଥିଲେ ଏବଂ ଆଗାମୀ ଦିନରେ ସମାଜରେ ସେବା କାର୍ଯ୍ୟ ଜାରି ରହିବ ବୋଲି ସମ୍ପାଦକ ପ୍ରକାଶ କରିଥିଲେ ।
