ରଥଖଳାରେ ଗଣ୍ଡଗୋଳ, ୨ ସେବାୟତ ହାତାହାତି
????????????????????????????????????
ପୁରୀ : ରଥଖଳା ଚଳଚଞ୍ଚଳ । ତତ୍ପର ସେବାୟତ । ଚାଲିଛି ରଥ ନିର୍ମାଣ କାର୍ଯ୍ୟ । କିନ୍ତୁ ରଥଖଳାରେ ଦେଖିବାକୁ ମିଳିଛି ଅଭାବନୀୟ ଦୃଶ୍ୟ। କୌଣସି କାରଣକୁ ନେଇ ଦୁଇ ବିଶ୍ଵକର୍ମା ସେବାୟତ ହାତାହାତି ହୋଇଛନ୍ତି।
ସେବାୟତ ଦ୍ୱୟ କେଉଁ କାରଣରୁ ହାତାହାତି ହେଲେ ତାହା ସ୍ପଷ୍ଟ ହୋଇପାରି ନାହିଁ । ହାତାହାତି ହୋଇଥିବା ଦୁଇ ସେବାୟତ ହେଉଛନ୍ତି ନନ୍ଦିଘୋଷ ରଥର ମୁଖ୍ୟ ବିଶ୍ଵକର୍ମା ବିଜୟ ମହାପାତ୍ର ଓ ସହଯୋଗୀ ମହାରଣା ରମେଶ ମହାପାତ୍ର। ଏଭଳି ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହେବା ଯୋଗୁଁ ପ୍ରାୟ ଅଧ ଘଣ୍ଟା ପାଇଁ ରଥନିର୍ମାଣ କାର୍ଯ୍ୟ ବାଧାପ୍ରାପ୍ତ ହୋଇଥିଲା। ତେବେ ରଥଖଳାରେ ଏଭଳି ହାତାହାତି ହେବା ଘଟଣ ନିନ୍ଦନୀୟ ବୋଲି ସର୍ବସାଧାରଣରେ ଆଲୋଚନା ।
