ବଦଳିଲା McDonaldର ଲୋଗ; ଜାଣନ୍ତୁ କାହିଁକି ଏମିତି ନିଷ୍ପତ୍ତି ନେଲା ୬୭ ବର୍ଷର ପୁରୁଣା କମ୍ପାନୀ?
ମୁମ୍ବାଇ : ୧୯୫୫ ମସିହାରେ ପ୍ରତିଷ୍ଠା ହୋଇଥିବା McDonald ତାର ନୂଆ ଲୋଗ ଉନ୍ମୋଚନ କରିଛି। ୟୁକ୍ରେନ ଉପରେ ଋଷର ଆକ୍ରମଣ ପରେ, ମ୍ୟାକଡୋନାଲ୍ଡ ଏହାର ଋଷ ବ୍ୟବସାୟକୁ ଏକ ଆଞ୍ଚଳିକ ଫ୍ରାଞ୍ଚାଇଜକୁ ସର୍ତ୍ତମୂଳକ ଭାବେ ବିକ୍ରି କରିଛି। ଚୁକ୍ତି ଅନୁସାରେ ଆଞ୍ଚଳିକ ଫ୍ରାଞ୍ଚାଇଜ ସମାନ ଖାଦ୍ୟ ପରିବେଷଣ କରିବ, କିନ୍ତୁ ସେ ମ୍ୟାକଡୋନାଲ୍ଡର ଆଇକନିକ ବ୍ରାଣ୍ଡିଂ ବ୍ୟବହାର କରିପାରିବ ନାହିଁ। ମ୍ୟାକଡୋନାଲ୍ଡ ଏହାକୁ ‘ଡି-ଆର୍ଚିଂ ପ୍ରୋସେସ’ ବୋଲି କହିଛି।
ରାଷ୍ଟ୍ରାୟତ୍ତ TASS ନ୍ୟୁଜ୍ ଏଜେନ୍ସିର ଏକ ରିପୋର୍ଟ ଅନୁସାରେ, ଋଷର ନୂତନ ଡି-ଆର୍ଚେଡ୍ ମ୍ୟାକଡୋନାଲ୍ଡ ବ୍ରାଣ୍ଡ ଉପରେ ଆମର ପ୍ରଥମ ଦୃଷ୍ଟି ଅଛି। ସେହି କ୍ରମରେ ସେଠାକାର McDonaldର ପାରମ୍ପାରୀକ ଲୋକକୁ ପରିବର୍ତ୍ତନ କରାଯାଇଛି। ନୂଆ ଲୋଗ ଏକ ଅବଷ୍ଟ୍ରାକ୍ଟ ‘M’ ସଦୃଶ, ଏଥିରେ ନାରଙ୍ଗୀ ରଙ୍ଗର ଦୁଇଟି ଫାଇଜ୍ (ଆଳୁର ଲମ୍ବା କଟା ଚିପ୍ସ) ଏବଂ ଏକ ନାଲି ରଙ୍ଗର ବୃତ୍ତ ରହିଛି, ଯାହାକୁ ବର୍ଗର ଭାବେ ଦର୍ଶା ଯାଇଛି। ଲୋଗର ବ୍ୟାକଗ୍ରାଉଣ୍ଡ ସବୁଜ ରଖାଯାଇଛି। ସବୁଜ ରଙ୍ଗକୁ କମ୍ପାନୀର କ୍ୱାଲିଟି ବା ଗୁଣାତ୍ମକ ସେବାକୁ ଦର୍ଶାଉଛି ବୋଲି କୁହାଯାଇଛି।
ଏହି ନୂତନ ଲୋଗୋ କେବଳ ମାର୍କେଟିଂ ଉପକରଣ ଭାବରେ ନୁହେଁ ବରଂ ଏକ ସାଂସ୍କୃତିକ ସମିଶ୍ରଣ। ବର୍ଲିନ୍ କାନ୍ଥ ଭଙ୍ଗା ଘଟଣା ପରେ ମ୍ୟାକଡୋନାଲ୍ଡ ପ୍ରଥମେ ଋଷରେ ପ୍ରବେଶ କରିଥିଲା। ଏହା ସେତେବେଳେ ଆଶା ଏବଂ ଜଗତୀକରଣର ଏକ ଉଜ୍ଜ୍ୱଳ ପ୍ରତୀକ ଥିଲା। କିନ୍ତୁ ବର୍ତ୍ତମାନ ତାହା ପାଶ୍ଚାତ୍ୟ ଦେଶକୁ ଫରୁଛି। ୧୯୫୫ ମସିହାରେ McDonald ପ୍ରତିଷ୍ଠା ହୋଇଥିଲା। ରିଚାର୍ଜ ଓ ମୌରାଇସ ମ୍ୟାକଡୋନାଲ୍ଡ ଏହାକୁ ପ୍ରତିଷ୍ଠା କରିଥିଲେ। ୧୯୬୨ ମସିହାରେ ‘M’ ଲୋଗୋ ଡିଜାଇନ କରାଗଲା। ଏହାକୁ McDonaldର ସଙ୍କେତ ଭାବେ ବେଶ ଲୋକପ୍ରିୟ ହେଲା।
ୟୁକ୍ରେନ ଓ ଋଷ ଯୁଦ୍ଧ ପରେ McDonald ଋଷରୁ ବ୍ୟବସାୟକୁ ପ୍ରତ୍ୟାହାର କରିଛି। ସେଠାରେ ଥିବା ୧୦୦୦ରୁ ଊର୍ଦ୍ଧ୍ୱ ଆଉଟ ଲେଟକୁ ସର୍ବିଆର ଆଲେକ୍ସଜେଣ୍ଡର ଗରୋଭର ନାମକ ଫ୍ରାଞ୍ଚାଇଜକୁ ବିକ୍ରିକରାଯାଇଛ। ଫ୍ରାଞ୍ଚାଇଜ କେବଳେ ଯେ McDonaldର ଲୋଗ ବହଳାଇଛି ତାହା ନୁହଁ ବରଂ ଅନେକ ଡିସ୍ ବା ବ୍ୟଞ୍ଜନର ନାମକୁ ମଧ୍ୟ ପରିବର୍ତ୍ତନ କରିଛି। ଯେପରି, ଫିଲେଟ୍-ଓ-ଫିସର ନାମ ‘ଫିସ୍ ବର୍ଗର୍’ ଏବଂ ରୟାଲ୍ ବର୍ଗର୍ସକୁ ‘ଗ୍ରାଣ୍ଡ୍’ର ନାମକରଣ କରାଯାଇଛି। ତେବେ ନୂଆ କମ୍ପାନୀର ନାମ କଣ ରଖାଯିବ ସେ ନେଇ ଆଲେକ୍ସଜେଣ୍ଡର ଗରୋଭର କୌଣସି ନିଷ୍ପତ୍ତି ନେଇ ନାହାନ୍ତି।
