‘ଚାଲ ଖୁସି ବାଣ୍ଟିବା’ କାର୍ଯ୍ୟକ୍ରମ
ବାଲେଶ୍ୱର : ପ୍ରଥମାଷ୍ଟମୀ ଅବସରରେ ଉଡ୍ର ଚାରିଟେବୁଲ ଟ୍ରଷ୍ଟ ବାଲେଶ୍ୱର ତରଫରୁ ରାଣୀପାଟଣା ସ୍ଥିତ ଦୃଷ୍ଟିବାଧିତ ପିଲାମାନଙ୍କ ବିଦ୍ୟାଳୟରେ ‘ଚାଲ ଖୁସି ବାଣ୍ଟିବା’ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି । ବିଗତ କିଛିଦିନ ତଳେ ଦୃଷ୍ଟିବାଧିତ ମହିଳାମାନଙ୍କ ମଧ୍ୟରେ ଏକ ଫୁଟବଲ ପ୍ରତିଯୋଗୀତା ହୋଇଥିଲା । ଏହି ପ୍ରତିଯୋଗୀତା ଭାରତ ଓ ଜାପାନ ମଧ୍ୟରେ ହୋଇଥିଲା । ଏଥିରେ ପଦ୍ମିନୀ ଟୁଡୁ ନାମକ ଜଣେ ଦୃଷ୍ଟିବାଧିତ ମହିଳା ଯିଏକି ଓଡ଼ିଶଶରୁ ଏକୁଟିଆ ହିଁ ପ୍ରତିନିଧିତ୍ୱ କରି ଖେଳରେ ଅଂଶଗ୍ରହଣ କରିଥିଲେ ।
କାର୍ଯ୍ୟକ୍ରମ ପ୍ରାରମ୍ଭରେ ଉଡ୍ର ବାଲେଶ୍ୱରର ସଂଯୋଜକ ଭବାନୀଶଙ୍କର ଜେନା ପଦ୍ମିନୀଙ୍କୁ ପୁଷ୍ପଗୁଚ୍ଛ ଦେଇ ସ୍ୱାଗତ କରିବା ସହିତ ତାଙ୍କର ଉଜ୍ୱଳ ଭବିଷ୍ୟତ କାନମା କରିଥିଲେ । ତା’ପରେ ଆମୋଦ ପ୍ରମୋଦ ଭାବରେ ପିଲାମାନଙ୍କ ଦ୍ୱାରା କିଛି ଗୀତ ଏବଂ ନୃତ୍ୟର ପରିବେଷଣ କରାଯାଇଥିଲା । ତା’ପରେ ପ୍ରଥମାଷ୍ଟମୀ ଅବସରରେ ପିଲାମାନଙ୍କ ମଧ୍ୟରେ ଜୁସ୍ ଏବଂ ବିସ୍କୁଟ ବଣ୍ଟନ କରାଯାଇଥିଲା । ଉକ୍ତ ବିଦ୍ୟାଳୟର ଅଧ୍ୟକ୍ଷ ଦିବାକର ସ ପିଲାମାନଙ୍କୁ ପ୍ରଥମାଷ୍ଟମୀ ମହାତ୍ମ୍ୟ ସମ୍ପର୍କରେ ବୁଝାଇ ସେମାନଙ୍କର ଉଜ୍ୱଳ ଭବିଷ୍ୟତ ପାଇଁ ଜଗନ୍ନାଥଙ୍କ ନିକଟରେ ପ୍ରାର୍ଥନା କରିଥିଲେ ।
