କରୋନାର ସମ୍ଭାବ୍ୟ ଲହର ମୁକାବିଲା ! ଅକ୍ସିଜେନ୍ ସିଲିଣ୍ଡର, ଭେଣ୍ଟିଲେଟର ପ୍ରସ୍ତୁତ ରଖିବାକୁ ରାଜ୍ୟ ଗୁଡ଼ିକୁ କେନ୍ଦ୍ରର ନିର୍ଦ୍ଦେଶ
China, Feb 09 (ANI): Medical workers in protective suits attend to novel coronavirus patients at the intensive care unit (ICU) of a designated hospital in Wuhan, Hubei province, China on Saturday. (REUTERS Photo)
ନୂଆଦିଲ୍ଲୀ: କରୋନାର ସମ୍ଭାବ୍ୟ ନୂଆ ଲହରର ମୁକାବିଲା ପାଇଁ ସରକାର ପ୍ରସ୍ତୁତି ଆରମ୍ଭ କରିଛନ୍ତି। କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଶନିବାର ସବୁ ରାଜ୍ୟ ତଥା କେନ୍ଦ୍ର ଶାସିତ ଅଞ୍ଚଳକୁ ଚିଠି ଲେଖି ହସ୍ପିଟାଲ ଗୁଡ଼ିକରେ ଅକ୍ସିଜେନ୍ ସିଲିଣ୍ଡର, ଭେଣ୍ଟିଲେଟର ସହ ଅନ୍ୟାନ୍ୟ ସରଞ୍ଜାମ ଯୋଗାଣ ନିଶ୍ଚିତ କରିବାକୁ ନିର୍ଦ୍ଦେଶ ଦେଇଛି।
ଅକ୍ସିଜେନ ପ୍ଲାଣ୍ଟ ଗୁଡିକ ସଂପୂର୍ଣ୍ଣ କାର୍ଯ୍ୟକ୍ଷମ ରଖିବା ସହ ସେଗୁଡ଼ିକର ଯାଞ୍ଚ କରିବା ପାଇଁ ନିୟମିତ ମକ୍ ଡ୍ରିଲ୍ କରିବାକୁ କୁହାଯାଇଛି । ସ୍ବାସ୍ଥ୍ୟ କେନ୍ଦ୍ର ଗୁଡ଼ିକରେ ମେଡିକାଲ ଅକ୍ସିଜେନ (ଏଲ୍ଏମ୍ଓ)ର ଉପଲବ୍ଧତା ଏବଂ ସେ ଗୁଡିକର ରିଫିଲିଂ ପାଇଁ ନିରବଚ୍ଛିନ୍ନ ଯୋଗାଣ ଶୃଙ୍ଖଳା ନିଶ୍ଚିତ କରିିବାକୁ ରାଜ୍ୟମାନଙ୍କୁ କହିଛି କେନ୍ଦ୍ର ।
ଶନିବାର ଭାରତରେ ୨୦୧ କରୋନା ମାମଲା ରିପୋର୍ଟ ହୋଇଛି । ମୋଟ ସକ୍ରିୟ ରୋଗୀଙ୍କ ସଂଖ୍ୟା ୩,୩୯୭କୁ ବୃଦ୍ଧି ପାଇଛି। ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ସୂଚନା ଅନୁଯାୟୀ ଦୈନିକ ସଂକ୍ରମଣ ହାର ୦.୧୫ ପ୍ରତିଶତ ଏବଂ ସାପ୍ତାହିକ ସଂକ୍ରମଣ ହାର ୦.୧୪ ପ୍ରତିଶତ ରେକର୍ଡ କରାଯାଇଛି। ମନ୍ତ୍ରଣାଳୟ ସୂଚନା ଅନୁଯାୟୀ ଯେ ଗତ ୨୫ ଘଣ୍ଟା ମଧ୍ୟରେ ୧,୩୬,୩୧୫ ନମୁନା ପରୀକ୍ଷଣ କରାଯାଇଥିଲା ।
