କେନ୍ଦ୍ରୀୟ ବିଦ୍ୟାଳୟର ବାର୍ଷିକ ଉତ୍ସବ
ଯାଜପୁର : ଦଶରଥପୁର ବ୍ଲକ ଅକରପଡ଼ା ସ୍ଥିତ ଯାଜପୁର କେନ୍ଦ୍ରୀୟ ବିଦ୍ୟାଳୟର ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ବିଦ୍ୟାଳୟର ଅଧ୍ୟକ୍ଷା ସେଫାଳି ଘଣ୍ଟିଆଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଅନୁଷ୍ଠିତ ଏହି ବାର୍ଷିକ ଉତ୍ସବକୁ ସହକାରୀ ଜିଲ୍ଳାପାଳ ଚିଲୋତ୍ତମା ପୃଷ୍ଟି ମୁଖ୍ୟ ଅତିଥିରୂପେ ଅନୁଷ୍ଠାନିକ ଭାବେ ଉଦ୍ଘାଟନ କରି ଛାତ୍ରଛାତ୍ରୀଙ୍କୁ ମନ ଲଗାଇ ପାଠ ପଢ଼ିବା ସହିତ ଭଲ କାମ କରି ସାମଜରେ ପ୍ରତିଷ୍ଠିତ ହେବାକୁ ଆହ୍ୱାନ ଜଣାଇଥିଲେ । ଜିଲ୍ଲା କ୍ରୀଡ଼ା ଅଧିକାରୀ ଫକୀର ମୋହନ ଟୁଡ଼ୁ ଏବଂ ଅକରପଡ଼ା ସରପଞ୍ଚ ଭାରତୀ ନାୟକ ସମ୍ମାନିତ ଅତିଥିଭାବେ ଉତ୍ସବରେ ସାମିଲ ହୋଇ ଛାତ୍ରଛାତ୍ରୀଙ୍କୁ ସୁସ୍ଥ ସମାଜ ଗଠନ ସହିତ ପରିବେଶ ସୁରକ୍ଷା ଉପରେ ଉପାଦେୟ ପରାମର୍ଶ ଦେଇଥିଲେ । ଏହି ପରିପ୍ରେକ୍ଷୀରେ ବିଦ୍ୟାଳୟର କ୍ରୀଡ଼ା ସମେତ ବିଭିନ୍ନ ପ୍ରତିଯୋଗିତାର କୃତି ପ୍ରତିଯୋଗୀ ଛାତ୍ରଛାତ୍ରୀମାନଙ୍କୁ ଅତିଥିମାନେ ପୁରସ୍କାର ପ୍ରଦାନ କରିଥିଲେ । ଶେଷରେ ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିବା ବେଳେ କୋଭିଡ କାରଣରୁ ଦୁଇ ବର୍ଷର ଅନ୍ତରାଳରେ ଅନୁଷ୍ଠିତ ବାର୍ଷିକ ଉତ୍ସବକୁ ଛାତ୍ରଛାତ୍ରୀ ମନୋଭରି ଉପଭୋଗ କରିଥିଲେ ।
