କେନ୍ଦ୍ର ବଜେଟ୍ ଉପସ୍ଥାପିତ : ମୋଟ୍ ୩୯ଲକ୍ଷ ୪୫ହଜାର କୋଟିର ବ୍ୟୟବରାଦ
ନୂଆଦିଲ୍ଲୀ : ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ପକ୍ଷରୁ ମଙ୍ଗଳବାର ଘୋଷିତ ସାଧାରଣ ବଜେଟରେ ମୋଟ ୩୯ ଲକ୍ଷ ୪୫ ହଜାର କୋଟିର ବ୍ୟୟବରାଦ କରାଯାଇଛି । ସେହିପରି ଏହି ଆର୍ôଥକ ବର୍ଷରେ ସରକାରଙ୍କ ମୋଟ ରାଜସ୍ୱ ଆୟ ୨୨ ଲକ୍ଷ କୋଟି ହେବ ବୋଲି ଅଟକଳ କରାଯାଇ ଥିବାବେଳେ ପୁଞ୍ଜି ଆୟ ୧୭ ଲକ୍ଷ ୪୦ ହଜାର କୋଟି ରହିବା ଅଟକଳ କରାଯାଉଛି । ଅନେକ ଜନକଲ୍ୟାଣ କାରୀ ଯୋଜନା ବାବଦରେ ଘୋଷଣା କରିଛନ୍ତି ଅର୍ଥମନ୍ତ୍ରୀ । ଏହାସହ ଦେଶର ଅର୍ଥନୀତିକୁ ସୁଦୃଢ କରିବା ପାଇଁ ଅନେକ ଯୋଜନା ଆରମ୍ଭ କରାଯାଇଛି ।
ଅର୍ଥମନ୍ତ୍ରୀ ଘୋଷଣା କରିଛନ୍ତି ଯେ, ଆତ୍ମନିର୍ଭର ଭାରତ ଅନୁସାରେ, ୧୬ ଲକ୍ଷ ଯୁବପୀଢିଙ୍କୁ ଚାକିରୀ ଦିଆଯିବ । ଏହି ବଜେଟ୍ ଯୋଗେ କୃଷକ, ଯୁବପୀଢିଙ୍କୁ ଫାଇଦା ମିଳିବ । ଚଳିତ ଆର୍ôଥକ ବର୍ଷରେ ଅଭିବୃଦ୍ଧି ହାର ୯.୨% ରହିଛି । ଆଗକୁ ଭାରତର ଅଭିବୃଦ୍ଧି ହାର ୯.୨୭% ଲକ୍ଷ୍ୟ ରଖାଯାଇଛି । ସେ ଆହୁରି କହିଛନ୍ତି ଯେ, ଏୟାର ଇଣ୍ଡିଆରେ ନିବେଶ ପୁରା ହୋଇଛି ଓ ଏଲଆଇସିର ଆଇପିଓ ଅତି ଶୀଘ୍ର ଆସିବ । ପ୍ରଧାନମନ୍ତ୍ରୀ ଗତି ଶକ୍ତି କାରଣରୁ ଅର୍ଥବ୍ୟବସ୍ଥା ମଜବୁତ ହୋଇଛି । ୧୦୦ ବର୍ଷ ପାଇଁ ଢାଂଚାଗତ ସୁବିଧା ବଢାଇ ଦିଆଯିବ । ଏହାଦ୍ୱାରା ଅନେକ ଭିତିଭୂମିର ବିକାଶ ହେବ ।
ଆଗାମୀ ୨୫ ବର୍ଷକୁ ଆଖିରେ ରଖି ବଜେଟ୍ ପ୍ରସ୍ତୁତ କରାଯାଇଛି । ସେ ଆହୁରି କୁହାଯାଇଛି ଯେ, ଆଗାମୀ ତିନି ବର୍ଷରେ ୪୦୦ ନୂଆ ବନ୍ଦେ ଭାରତ ଟ୍ରେନ ଚଳାଚଳ କରାଯିବ । କରୋନା ସଙ୍କଟ ଭିତରେ ଟିକାକରଣ ଅଭିଯାନରେ ଗତିଶକ୍ତି ଖୁବ୍ ସାହାଯ୍ୟ କରିଛି । ସମସ୍ତଙ୍କ ଚେଷ୍ଟା ସହିତ ବିକାଶ ଜାରି ରହିବ । ୨୦୨୨-୨୩ ଭିତରେ ୨୫ ହଜାର କିଲୋମିଟର ହାଇୱେ ନିର୍ମାଣ ଲକ୍ଷ୍ୟ ରହିଛି । ଏଥିପାଇଁ ୨୦ ହଜାର କୋଟି ଖର୍ଚ୍ଚ ହେବ । ଅର୍ଥମନ୍ତ୍ରୀ ଆହୁରି କହିଛନ୍ତି ଯେ, କରୋନା କାଳରେ ପାଠପଢାରେ ଖୁବ୍ କ୍ଷତି ହୋଇଛି । ଏବେ ୨୦୦ ଟିଭି ଚ୍ୟାନେଲ ଜରିଆରେ ଶିକ୍ଷାଦାନ ହେବ । ପିଏମ ଇ-ବିଦ୍ୟା କାର୍ଯ୍ୟକ୍ରମରେ ଡିଜିଟାଲ ବିଦ୍ୟାଳୟ ପ୍ରତିଷ୍ଠା କରାଯିବ । ଏହାଛଡା ଡିଜିଟାଲ ବିଶ୍ୱବିଦ୍ୟାଳୟ ମଧ୍ୟ ସ୍ଥାପନ କରାଯିବ । ସେହିପରି ମାନସିକ ସମସ୍ୟା ପାଇଁ ନ୍ୟାସନାଲ ଟେଲି ମେଂଟାଲ ହେଲଥ୍ ପୋଗ୍ରାମ ଆରମ୍ଭ କରାଯିବ ବୋଲି ସେ କହିଛନ୍ତି ।
ମହଙ୍ଗା :
ସଂସଦରେ ଉପସ୍ଥାପିତ ହୋଇଥିବା ସାଧାରଣ ବଜେଟ୍ରେ ସବୁ ଦିଗକୁ ଧ୍ୟାନ ଦେଇଛନ୍ତି କେନ୍ଦ୍ର ସରକାର । ଇମିଟେସନ୍ ଗହଣା ମହଙ୍ଗା ହୋଇଥିବା ବେଳେ, କ୍ୟାପିଟାଲ୍ସ ଗୁଡସ୍, ବିଦେଶୀ ଛତା, ଖାଇବା ତେଲ, ତୁଳା, ବ୍ଲିଣ୍ଡିଙ୍ଗ୍ ଫୁଏଲ ମହଙ୍ଗା ହେବ ।
ଶସ୍ତା :
ଅନେକ ଗୁରୁତ୍ୱପୂର୍ଣ୍ଣ ସାମଗ୍ରୀ ଶସ୍ତା କରିଛନ୍ତି କେନ୍ଦ୍ର ସରକାର । ଯେପରିକି କପଡା, ଚମଡା ଜାତୀୟ ସାମଗ୍ରୀ ଶସ୍ତା ହେବ । ସେହିଭଳି ମୋବାଇଲ ଫୋନ୍ ଏବଂ ଚାର୍ଜର ଶସ୍ତା ହେବ । ହୀରା ଅଳଙ୍କାର, କୃଷି ଯନ୍ତ୍ରପାତି, ପଲିସ୍ ହୀରାରେ କଷ୍ଟମ୍ ଡ୍ୟୁଟି ହ୍ରାସ ହୋଇଛି । ବିଦେଶୀ ମେସିନ୍, ଇଲେକ୍ଟ୍ରୋନିକ ସାମଗ୍ରୀ, ଜୋତା, ଚପଲ, ଷ୍ଟିଲ ସାମଗ୍ରୀ, ବଟନ୍, ପ୍ୟାକେଜିଂ ବକ୍ସ ଶସ୍ତା ହୋଇଛି ।
କାହା ପାଇଁ କେତେ ବ୍ୟୟବରାଦ ?
୧-ପେନସନ: ୨,୦୭,୧୩୨ କୋଟି
୨- ପ୍ରତିରକ୍ଷା: ୩,୮୫,୩୭୦ କୋଟି
୩- ପ୍ରମୁଖ ସବସିଡି: ୩,୧୭,୮୬୬ କୋଟି
୪- କୃଷି ଓ ତା’ ସହିତ ଜଡ଼ିତ କାର୍ଯ୍ୟକ୍ରମ: ୧,୫୧,୫୨୧ କୋଟି
୫- ବାଣିଜ୍ୟ ଓ ଶିଳ୍ପ: ୫୩,୧୧୬ କୋଟି
୬- ଉତର ପୂର୍ବର ରାଜ୍ୟର ବିକାଶ: ୨,୮୦୦ କୋଟି
୭- ଶିକ୍ଷା: ୧,୦୪,୨୭୮ କୋଟି
୮- ଶକ୍ତି: ୪୯,୨୨୦ କୋଟି
୯- ବୈଦେଶିକ ବ୍ୟାପାର: ୧୭,୨୫୦ କୋଟି
୧୦- ଅର୍ଥ :୨୧,୩୫୪ କୋଟି
୧୧- ସ୍ୱାସ୍ଥ୍ୟ : ୮୬,୬୦୬ କୋଟି
୧୨- ସ୍ୱରାଷ୍ଟ୍ର ବ୍ୟାପାର : ୧,୨୭,୦୨୦
୧୩- ସୁଧ: ୯,୪୦,୬୫୧ କୋଟି
୧୪- ଆଇଟି ଓ ଟେଲିକମ: ୭୯,୮୮୭ କୋଟି
୧୫- ଯୋଜନା ଓ ପରିସଂଖ୍ୟନ: ୫,୭୨୦ କୋଟି
୧୬- ଗ୍ରାମୀଣ ବିକାଶ: ୨,୦୬,୨୯୩ କୋଟି
୧୭- ବିଜ୍ଞାନଭିତିକ ବିଭାଗ: ୩୦,୫୭୧ କୋଟି
୧୮- ସାମାଜିକ କଲ୍ୟାଣ: ୫୧,୭୮୦ କୋଟି
୧୯- ଟିକସ ଆଡମିନଷ୍ଟ୍ରେସନ: ୧,୭୧,୬୭୭ କୋଟି
୨୦- ରାଜ୍ୟଗୁଡ଼ିକର ଭାଗ: ୩,୩୪,୩୩୯ କୋଟି
୨୧- ପରିବହନ: ୩,୫୧,୮୫୧ କୋଟି
୨୨- କେନ୍ଦ୍ର ଶାସିତ ଅଂଚଳ: ୫୮,୭୫୭ କୋଟି
୨୩- ସହରାଂଚଳ ବିକାଶ: ୭୬,୫୪୯ କୋଟି
୨୪- ଅନ୍ୟାନ୍ୟ ଖର୍ଚ୍ଚ: ୧,୧୩,୩୦୧ କୋଟି ଟଙ୍କା
