ପଶ୍ଚିମ ଓଡିଶାରେ ହାଇକୋର୍ଟ ବେଂଚ ପ୍ରତିଷ୍ଠା ପାଇଁ ଆଗଭର ହେଉନି କେନ୍ଦ୍ର : ବିଜେଡି
Odisha, June 25 (ANI): Odisha Chief Minister Naveen Patnaik inaugurating the Product Application and Development Centre, set up by Indian Oil Corporation Ltd (IOCL), via video conferencing, in Paradip on Thursday. (ANI Photo)
ଭୁବନେଶ୍ୱର : ଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପଶ୍ଚିମ ଓଡ଼ିଶାରେ ହାଇକୋର୍ଟର ବେଂଚ ପ୍ରତିଷ୍ଠା ପାଇଁ ଭିତିଭୂମି ତଥା ଆର୍ଥିକ ସମ୍ବଳ ସମେତ ସମସ୍ତ ପ୍ରକାର ସହାୟତା ଯୋଗାଇବା ପାଇଁ କେନ୍ଦ୍ରକୁ ପୂର୍ଣ୍ଣ ପ୍ରତିଶ୍ରୁତି ଦେଇଛନ୍ତି । କିନ୍ତୁ କେନ୍ଦ୍ର ଏଥିପାଇଁ ଆଗ୍ରହ ପ୍ରକାଶ କରୁନାହିଁ ବୋଲି ଶୁକ୍ରବାର ନୂଆଦିଲ୍ଲୀରେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି ବିଜେଡି ସାଂସଦ ଡକ୍ଟର ସସ୍ମିତ ପାତ୍ର ।ସେ କହିଛନ୍ତି ଯେ ଭାରତୀୟ ସମ୍ବିଧାନର କେନ୍ଦ୍ର ତାଲିକାର ଏଂଟ୍ରି-୭୮ ଅଧୀନରେ ନିଜର କ୍ଷମତାକୁ ବ୍ୟବହାର କରି କେନ୍ଦ୍ର ପଶ୍ଚିମ ଓଡ଼ିଶାରେ ହାଇକୋର୍ଟ ବେଂଚ ପ୍ରତିଷ୍ଠା କରିପାରିବ । ଯେତେବେଳେ ବି ନିର୍ବାଚନ ଆସେ ସେତେବେଳେ ପଶ୍ଚିମ ଓଡିଶାରେ ହାଇକୋର୍ଟର ବେଂଚ ସ୍ଥାପନକୁ ନେଇ ବିଜେପି କୁମ୍ଭୀର କାନ୍ଦଣା କାନ୍ଦେ ଏବଂ ନିର୍ବାଚନ ସରିଗଲେ ସେମାନେ ଏହାକୁ ଭୁଲିଯାଆନ୍ତି । ଭାରତୀୟ ସଂସଦ ମାଧ୍ୟମରେ କେନ୍ଦ୍ର ତାଲିକାର ଏଂଟ୍ରି-୭୮ ଅଧୀନରେ ଥିବା କ୍ଷମତାକୁ ବ୍ୟବହାର କରି ପଶ୍ଚିମ ଓଡିଶାରେ ହାଇକୋର୍ଟ ବେଂଚ ପ୍ରତିଷ୍ଠାକୁ କିଏ ଅଟକାଉଛି ବିଜେପି କେନ୍ଦ୍ରରେ କ୍ଷମତାରେ ଥିବା ନିଜ ଦଳର ସରକାରଙ୍କୁ ସେ ସଂକ୍ରାନ୍ତରେ ପଚାରିବା ଉଚିତ । ଏଭଳି ସମ୍ବେଦନଶୀଳ ପ୍ରସଙ୍ଗରେ ବିଜେପି ବିଭ୍ରାନ୍ତିକର ଏବଂ ମିଛ ପ୍ରଚାର କରୁଛି ବୋଲି ଡକ୍ଟର ପାତ୍ର କହିଛନ୍ତି ।
