ବାଲେଶ୍ୱର ବିଜେଡିର ୨୬ତମ ପ୍ରତିଷ୍ଠା ଦିବସ ପାଳନ
ବାଲେଶ୍ୱର : ବାଲେଶ୍ୱର ସହର ପାଣିଟାଙ୍କି ସ୍ଥିତ ଏକ ଘରୋଇ କଲ୍ୟାଣ ମଣ୍ଡପରେ ବିଜୁ ଜନତା ଦଳ (ବିଜେଡି) ବାଲେଶ୍ୱର ବିଧାନସଭା ନିର୍ବାଚନ ମଣ୍ଡଳୀ ତରଫରୁ ଦଳର ୨୫ବର୍ଷ ପୂର୍ତ୍ତି ଏବଂ ୨୬ତମ ପ୍ରତିଷ୍ଠା ଦିବସ ପାଳନ ହୋଇଛି । ଏହି ଅବସରରେ ଏକ ସାଧାରଣ ସଭା ଅନୁଷ୍ଠିତ ହୋଇଥିଲା । ଏଥିରେ ବାଲେଶ୍ୱରର ପୂର୍ବତନ ବ୍ରିଟ୍ ଅଧ୍ୟକ୍ଷ ତଥା ଜିଲା ବିଜେଡି ଉପ-ସଭାପତି ଗୌରୀ କୁମାର ରାଉତ ସଭାପତିତ୍ୱ କରିଥିଲେ ।
ବାଲେଶ୍ୱର ବିଧାୟକ ସ୍ୱରୂପ କୁମାର ଦାସ ସଭାକୁ ଉଦ୍ଘାଟନ କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଲୋକାଭିମୁଖୀ ଯୋଜନାକୁ କିପରି ଅଧିକକୁ ଅଧିକ ଲୋକଙ୍କ ପାଖକୁ ପହଞ୍ଚା ଯାଇ ପାରିବ ଏବଂ ଯେପରି କୌଣସି ଯୋଗ୍ୟ ହିତାଧିକାରୀ କୌଣସି ଯୋଜନାରୁ ବଞ୍ôଚତ ନହୁଅନ୍ତି ସେ ଉପରେ ସମସ୍ତଙ୍କୁ ଯତ୍ନବାନ ହେବା ପାଇଁ ଆହ୍ୱାନ ଦେଇଥିଲେ । ଦଳକୁ ଅଧିକରୁ ଅଧିକ ଶକ୍ତିଶାଳୀ ଓ କ୍ରିୟାଶୀଳ କରିବା ପାଇଁ ସମସ୍ତେ ଏକ ହୋଇ କାର୍ଯ୍ୟ କରିବା ପାଇଁ କହିଥିଲେ । ଜିଲା ପରିଷଦ ଅଧ୍ୟକ୍ଷ ନାରାୟଣ ପ୍ରଧାନ, ସଦର ବ୍ଲକ ଅଧ୍ୟକ୍ଷା ସୁନିତା ବେହେରା, ସଦର ବ୍ଲକ ଉପାଧ୍ୟକ୍ଷ ଚୈତନ୍ୟ ସିଂ, ବାଲେଶ୍ୱର ପୌର ଉପାଧ୍ୟକ୍ଷ କୈଳାସ ସେଠୀ, ରାଜ୍ୟ ବିଜୁ ଯୁବ ଜନତା ଦଳ କାର୍ଯ୍ୟକାରୀ ସଭାପତି ଶୁଭେନ୍ଦୁ ଦାସ ମଙ୍ଗରାଜ, ବାଲେଶ୍ୱର ଟାଉନ ବିଜେଡି ସଭାପତି ସନତ ଦାସ, ବାଲେଶ୍ୱର ସଦର ବ୍ଲକ ବିଜେଡି ସଭାପତି ବସନ୍ତ ପଣ୍ଡା, ବରିଷ୍ଠ ବିଜେଡି ନେତା ରଞ୍ଜନ ବାଗ, ପୂର୍ବତନ ଉପାଧ୍ୟକ୍ଷ ମନୋଜ ରାଉତ, ରାଜ୍ୟ ବିଜୁ ମହିଳା ଜନତା ଦଳ ଉପ-ସଭାପତି ଉମିଲତା ଦାସ, ବିଜୁ ମହିଳା ଜନତା ଦଳ ରାଜ୍ୟ ଉପ-ସଭାପତି ଶ୍ରଦ୍ଧାଞ୍ଜଳି ରାୟ, ବିଜୁ ମହିଳା ଜନତା ଦଳ ରାଜ୍ୟ ସମ୍ପାଦିକା ଦୀପାରାଣୀ ସାହୁ, ଜୟଶ୍ରୀ ବିଶ୍ୱାଳ, ବାଲେଶ୍ୱର ବିଧାନସଭା ନିର୍ବାଚନ ମଣ୍ଡଳୀ ଯୁବ ସଭାପତି ସେକ ଅନସର, ବିଜୁ ଜନତା ଦଳ ଜୋନାଲ ସାଧାରଣ ସମ୍ପାଦକ ତଥା ଗଣମାଧ୍ୟମ ସଂଯୋଜକ ଧିରେନ ନାୟକ, ବାଲେଶ୍ୱର ବିଜେଡି ଏସ୍ସି ସେଲ ସଭାପତି ଶତୃଘ୍ନ ମଲ୍ଲିକ, ଯୁବ ନେତା ଶକ୍ତିପଦ ରାୟ, ବାଲେଶ୍ୱର ଟାଉନ ଯୁବ ସଭାପତି ଉମାଶଙ୍କର ତିଆଡ଼ି, ବିଜୁ ମହିଳା ଜନତା ଦଳ ବାଲେଶ୍ୱର ଟାଉନ ସଭାପତି ମୀନା ମହାନ୍ତି, ୨୬ନଂ. ଜୋନ୍ ଜିଲା ପରିଷଦ ସଭ୍ୟା ସୋନାଲି ବିଶ୍ୱାଳ, ବାଲେଶ୍ୱର ଅର୍ବାନ ବ୍ୟାଙ୍କ ଉପ-ସଭାପତି ନିଶାମଣୀ ପ୍ରଧାନ ପ୍ରମୁଖ ମଞ୍ଚାସୀନ ରହି ବକ୍ତବ୍ୟ ପ୍ରଦାନ କରିଥିବା ବେଳେ ବିଜୁ ଯୁବ ଜନତା ଦଳ ବାଲେଶ୍ୱର ସଦର ବ୍ଲକ ସଭାପତି ଦିଲ୍ଲୀପ ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ । ସଭାରେ ବିଜେଡିର ସମସ୍ତ କାଉନସିଲର, ସରପଞ୍ଚ, ସମିତିସଭ୍ୟ, ପଞ୍ଚାୟତ ସଭାପତି, ୱାର୍ଡ଼ ସଭାପତିମାନେ ସକ୍ରିୟ ଅଂଶଗ୍ରହଣ କରିଥିଲେ ।
