ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଲେ ସିଡିପିଓ
କଳାହାଣ୍ଡି : କଳାହାଣ୍ଡି ଜିଲା ଥୁଆମୂଳରାମପୁର ଆଇସିଡ଼ିଏସ ସିଡିପିଓ ପୁଷ୍ପାଞ୍ଜଳି ରଥ ଭିଜିଲାନ୍ସ ଦ୍ୱାରା ଗିରଫ ହୋଇଛନ୍ତି । ୧ ଲକ୍ଷ ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡିଛନ୍ତି ।
ଅଙ୍ଗନୱାଡି କର୍ମୀ ଚୟନ ପାଇଁ ୧ ଲକ୍ଷ ଟଙ୍କା ଲାଞ୍ଚ ନେଉଥିବା ବେଳେ ନବରଙ୍ଗପୁର ଭିଜିଲାନ୍ସ ଟିମ୍ ଚଢାଉ କରିଥିଲା । ଭବାନୀପାଟଣା ବଡପଡା ବାସଭବନରେ ବୀର ସିଂଠାରୁ ଟଙ୍କା ନେଉଥିବା ବେଳେ ଭିଜିଲାନ୍ସ ଟଙ୍କା ସହ ତାଙ୍କୁ ଧରିଛି । ନବରଙ୍ଗପୁର ଭିଜିଲାନ୍ସ ଡିଏସପି କଳାବତୀ ବାଗ, ମାଲକାନଗିରି ଡିଏସପି ସୁଶାନ୍ତ ବିଶ୍ବାଳ, ଅଜିତ୍ ପାଢୀ ପ୍ରମୁଖ ଚଢାଉରେ ସାମିଲ ଅଛନ୍ତି ।
