ଦ୍ୱାଦଶ ମାର୍କ ଅପଲୋଡ ପାଇଁ ସମସ୍ତ ସ୍କୁଲକୁ ନିର୍ଦ୍ଦେଶ ଦେଲା ସିବିଏସଇ
ନୂଆଦିଲ୍ଲୀ : ମହାମାରୀ କରୋନାକୁ ଦୃଷ୍ଟିରେ ରଖି ଦ୍ୱାଦଶ ପରୀକ୍ଷା ବାତିଲ ହୋଇଛି। ମାତ୍ର ଛାତ୍ରୀଛାତ୍ରଙ୍କୁ କିଭଳି ମାର୍କ ଦିଆଯିବ ସେନେଇ କୌଣସି ନିଷ୍ପତ୍ତି ନିଆଯାଇ ନଥିଲା। ଏହାରି ମଧ୍ୟରେ ଦ୍ୱାଦଶ ମାର୍କ ଅପଲୋଡ କରିବାକୁ ସବୁ ସ୍କୁଲକୁ ନିର୍ଦ୍ଦେଶ ଦେଇଛି ସିବିଏସଇ । ତେବେ କରୋନା ପାଇଁ କିଛି ସ୍କୁଲ ପ୍ରାକ୍ଟିକାଲ/ଇଣ୍ଟରନେଟ୍ ଆସେସମେଣ୍ଟ କରିନାହାନ୍ତି । ଯେଉଁମାନେ ପ୍ରାକ୍ଟିକାଲ/ଇଣ୍ଟରନେଟ୍ ଆସେସମେଣ୍ଟ କରିନାହାନ୍ତି, ସେମାନଙ୍କୁ ତୁରନ୍ତ ଅନଲାଇନରେ କରାଇବାକୁ ନିର୍ଦ୍ଦେଶ ଦିଆଯାଇଛି । ଅନଲାଇନରେ ଆସେସମେଣ୍ଟ କରି ଜୁନ୍ ୨୮ ସୁଦ୍ଧା ଅପଲୋଡ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।
ସୂଚନା ଯେ, ଦେଶବ୍ୟାପୀ ବାତିଲ ହୋଇଛି ସିବିଏସଇ ଦ୍ୱାଦଶ ଶ୍ରେଣୀ ବୋର୍ଡ ପରୀକ୍ଷା । କୋଭିଡ ସ୍ଥିତିକୁ ଦୃଷ୍ଟିରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବୈଠକରେ ଏନେଇ ନିଷ୍ପତ୍ତି ନିଆଯାଇଛି । କରୋନା କାଳରେ ସିବିଏସଇ ଦ୍ୱାଦଶ ପରୀକ୍ଷା ନେଇ ବରିଷ୍ଠ ମନ୍ତ୍ରୀ, ସଚିବମାନଙ୍କ ସହ ପ୍ରଧାନମନ୍ତ୍ରୀ ସମୀକ୍ଷା କରିଥିଲେ ।
