ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀଙ୍କ ବିରୋଧରେ ସିବିଆଇର ଲୁକ୍ଆଉଟ୍ ନୋଟିସ୍, ଦେଶ ଛାଡ଼ିବା ଉପରେ ରୋକ୍
ନୂଆଦିଲ୍ଲୀ: ଦିଲ୍ଲୀର ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କ ସମେତ ୧୩ ଜଣଙ୍କୁ ଦେଶ ଛାଡ଼ିବା ଉପରେ ରୋକ୍ ଲାଗିଛି । ଅବକାରୀ ଦୁର୍ନୀତିର ତଦନ୍ତ କରୁଥିବା ସିବିଆଇ ଏହି ୧୩ ଜଣଙ୍କ ବିରୋଧରେ ଲୁକ୍ ଆଉଟ୍ ନୋଟିସ୍ ଜାରି କରିଛି। ଏହି ମାମଲାରେ ଶୁକ୍ରବାର ସିବିଆଇ ଟିମ୍ ମନୀଷ ସିସୋଦିଆଙ୍କ ଘର ସମେତ ବିଭିନ୍ନ ସ୍ଥାନରେ ଚଢ଼ଉ କରିଥିଲେ। ସିବିଆଇ ଏହି ଚଢ଼ାଉ ସମୟରେ ବହୁ ଦଲିଲ ଏବଂ ଇଲେକ୍ଟ୍ରୋନିକ୍ ଗ୍ୟାଜେଟ୍ ଜବତ କରିଥିଲା । ସିବିଆଇ ସେଗୁଡ଼ିକର ଯାଞ୍ଚ୍ କରୁଛି।
