୨ଟି ଏଟିଏମ ଲୁଟବେଳେ ଧରାପଡିଲେ, ଜଣେ ଗିରଫ ଜଣେ ଫେରାର
ଯାଜପୁର : ମଙ୍ଗଳପୁର ପୁଲିସକୁ ମିଳିଛି ବଡ ସଫଳତା । ୨ଟି ଏଟିଏମ ଲୁଟବେଳେ ଅସ୍ତ୍ରଶସ୍ତ୍ର ସହ ଧରାପଡିଲେ ଲୁଟେରା । ଜଣେେ ଧରାପଡି ଥିବାବେଳେ ଅନ୍ୟ ଜଣେ ଫେରାର ହୋଇଯାଇଛନ୍ତି । କାଟିଆ ଛକରେ ଥିବା ୨ଟି ଏଟିଏମ ଲୁଟକରୁଥିବା ସମୟରେ ଲୁଟେରା । ଏଟିଏମ ଭାଙ୍ଗି ଦେଇଥିବା ବେଳେ ଟଙ୍କାନେବା ସମୟରେ ଧରାପଡି ଯାଇଥିଲେ । ଧରାପଡିଥିବା ଲୁଟେରା ଜଣକ ହେଉଛନ୍ତି ମଙ୍ଗଳପୁର ଥାନା ଅଧିନସ୍ଥ ଗୋପାଳପୁର ପଞ୍ଚାୟତ ଆଇଆଇସି ରୀନାରାଣି ସାହୁଙ୍କ ସାଇଣ୍ଟିଫିକ ଟିମ ଏବଂ ସନ୍ଧାନି କୁକୁର ଡକାଇ ତଦନ୍ତ କରିଥିଲେ । ସୂଚନାଥାଉକି କିଛି ଦିନ ହେବ ଅଞ୍ଚଳରେ ଚୋରି ବଢିବାରୁ ଆଇଆଇସି ରୀନାରାଣି ସାହୁ ପ୍ରତ୍ୟକ ରାତିରେ ପେଟ୍ରୋଲିଙ୍ଗ କରାଉଛନ୍ତି । ଏହି ସମୟରେ ୨ ଜଣ ଯୁବକ ଏଟିଏମ ଭିତରେ ପସିଥିଲେ । ଏହି ସମୟରେ ଥାନାଭ୍ୟାନ ଅଟକି ଯିବାରୁ ଜଣେ ଚମ୍ପଟ ମାରି ଚାଲିଯାଇଥିଲେ । ଏକ ବାଇକରେ ଖୁବଜୋରରେ ସେଠାରୁ ଖସିଯାଇଥିଲେ । ମାତ୍ର ଅନ୍ୟ ଜଣକୁ ପୁଲିସ କାବୁ କରିଥିଲା । ଜେନୁଲକୁ ଧରିବା ସହିତ ଲୁଟପାଇଁ ଆଣିଥିବା ସମସ୍ତ ଅସ୍ତ୍ରଶସ୍ତ୍ରକୁ ଜବତ କରିଥିଲେ । ଚୋରି ଉଦ୍ୟମ କରାଯାଇଥିବା ଏଟିଏମ ୨ଟି କାଟିଆ ଛକରେ ରହିଥିଲା । ଷ୍ଟେଟବ୍ୟାଙ୍କ ଏଟିଏମର କ୍ୟାମେରା କନେକସନ କାଟି ଦେଇଥିବାବେଳେ ଭାଙ୍ଗିବାକୁ ଉଦ୍ୟମ କରିଥିଲେ । ଅନ୍ୟପକ୍ଷରେ ଇଣ୍ଡିକ୍ୟାସ ବ୍ୟାଙ୍କର ଏଟିଏମକୁ ସାବଳ ଏବଂ ଅନ୍ୟ ଅସ୍ତ୍ରରେ ଭାଙ୍ଗି ଦେଇଥିଲେ । ମାତ୍ର ଟଙ୍କା ନେଇଯିବାରେ ସଫଳ ହୋଇ ପାରିନଥିଲୋ ଏହି ସମୟରେ ପୁଲିସ ପହଞ୍ଚି ଜଣକୁ କାବୁ କରିଥିବା ବେଳେ ଅନ୍ୟ ଜଣେ ଚମ୍ପଟ ମାରିଥିଲା । ପରେ ଆଇଆଇସି ରୀନାରାଣି ସାହୁ, ଏସଆଇ ଅର୍ନ୍ତଜାମି ଶ୍ରୀଚନ୍ଦନ,ପାର୍ବତୀ ମଲ୍ଲିକ, କୈଳାସଚନ୍ଦ୍ର ଭୋଇ, ଘନଶ୍ୟାମ ହେସା,ଏଏସଆଇ ଶୈଳେନ୍ଦ୍ର କୁମାର ପାଣିଗ୍ରାହି, ବିକ୍ରମରାଉତ, ଚନ୍ଦନ ମହାନ୍ତି, ଅଭିମନ୍ୟୁ ବେହରୋ ପ୍ରମୁଖ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ କରିଥିଲେ ।
