୪ ଜିଲାରେ ପ୍ଲାଟୋ ଷ୍ଟେଜରେ କରୋନା : ବିଜୟ ମହାପାତ୍ର
- ତୃତୀୟ ଲହର ପାଇଁ ସ୍ୱତନ୍ତ୍ର ଆକ୍ସନ ପ୍ଲାନ୍ ପ୍ରସ୍ତୁତ
ଭୁବନେଶ୍ୱର : ଟେଷ୍ଟ ପିଜିଟିଭ ରେଟ ଅଧିକ ରହୁଥିବା ୪ ଜିଲ୍ଲାରେ ସଂକ୍ରମଣ କମିବା ପରେ ଏବେ ପ୍ଲାଟୋ ଷ୍ଟେଜରେ ରହିଛି ବୋଲି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର କହିଛନ୍ତି । ସେ କହିଛନ୍ତି ଏହି ୪ ଜିଲ୍ଲାରେ ଅଧିକ ଫୋକସ୍ ଦେବାକୁ ପଡ଼ିବ । କଟକଣା କୋହଳ ହେବା ପରେ ଲୋକମାନଙ୍କର ଗହଳି ତୃତୀୟ ଲହର ଆସିବାର ମୁଖ୍ୟ କାରଣ ହେବ । କିନ୍ତୁ ସ୍ଥିତିର ମୁକାବିଲା ପାଇଁ ରାଜ୍ୟ ସରକାର ସଂପୂର୍ଣ୍ଣ ପ୍ରସ୍ତୁତ ଅଛନ୍ତି । ମହାମାରୀର ମୁକାବିଲା ପାଇଁ ଟିକାକରଣ ଜାରି ରହିବ । ସେହିପରି ଫୋକସ୍ ସର୍ଭେଲାନ୍ସ ଚାଲୁ ରହିବ । ଯଦି ଦରକାର ପଡେ ଅଗଷ୍ଟ ପରେ ବି ଏହାକୁ ବଢ଼ାଇ ପାରନ୍ତି ସରକାର । ଟ୍ରିଟମେଂଟ ଫ୍ୟାସିଲିଟି ଯାହା ରଖାଯାଇଛି, ତାହା ଜାରି ରହିବ । ଛୋଟ ପିଲାଙ୍କୁ ଅଧିକ ପ୍ରଭାବିତ କରିବାର ଆଶଙ୍କାଙ୍କୁ ଦୃଷ୍ଟିରେ ରଖି ଟ୍ରେନିଂ ମୋଡ଼ାଲିଟି ୫୦ ପ୍ରତିଶତ ଆଗକୁ ଗଲାଣି । ସବୁ ସାଇଟରେ ପେଡ଼ିଆଟ୍ରିକ୍ସ ଓ ଜେନେରାଲ ଏମବିବିଏସଙ୍କୁ ପ୍ରଶିକ୍ଷଣ ଦିଆଯାଉଛି ବୋଲି କହିଛନ୍ତି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର ।
ନିକଟରେ ଏମ୍ସର ନିର୍ଦ୍ଦେଶକ ଆସନ୍ତା ୬ରୁ ୭ ସପ୍ତାହ ଭିତରେ ତୃତୀୟ ଲହର ଆସିବ ବୋଲି କହିଥିଲେ । ଏହାର କାରଣ ମଧ୍ୟ ରହିଛି । କଟକଣା କୋହଳ ହେବା ପରେ ଲୋକ ମାନଙ୍କର ଗହଳି ତୃତୀୟ ଲହର ଆସିବାର ମୁଖ୍ୟ କାରଣ ହେବ । ଯେ କୌଣସି ମହାମାରୀରେ ଏମିତି ଲହର ଆସେ । ମାତ୍ର ଆମେ ତା ପାଇଁ ପ୍ରସ୍ତୁତ ହେଉଛୁ । ସେଥିପାଇଁ ସ୍ୱତନ୍ତ୍ର ଆକ୍ସନ ପ୍ଲାନ ପ୍ରସ୍ତୁତ କରାଯାଉଛି । ଟିକାକରଣ ଜାରି ରହିବ । ଫୋକସ୍ ସର୍ଭିଲାନ୍ସ ଚାଲୁ ରହିବ । ଯଦି ଦରକାର ପଡେ ଅଗଷ୍ଟ ପରେ ବି ଏହାକୁ ସରକାର ବଢାଇପାରନ୍ତି । ସ୍ୱାସ୍ଥ୍ୟ ଭିତ୍ତିଭୂମିର କୌଣସି ଅଭାବ ନାହିଁ । ତେବେ ଛୋଟ ପିଲାଙ୍କୁ ଅଧିକ ପ୍ରଭାବିତ କରିବାର ଆଶଙ୍କା ରହିଛି । ଯାହା ଉପରେ ସ୍ୱତନ୍ତ୍ର ନଜର ଦିଆଯାଉଛି। ସମସ୍ତ ସାଇଟ୍ ବା ସ୍ୱାସ୍ଥ୍ୟକେନ୍ଦ୍ରରେ ପେଡ଼ିଆଟ୍ରିକସ୍ ଓ ଜେନେରାଲ ଏମବିବିଏସ୍ ମାନଙ୍କୁ ଟ୍ରେନିଂ ଦିଆଯାଉଥିବା ସେ କହିଛନ୍ତି ।
