କାର-ଟ୍ରକ ମୁହାଁମୁହିଁ ଧକ୍କା : ଦୁଇ ମୃତ, ଦୁଇ ଆହତ
ସମ୍ବଲପୁର : ସମ୍ବଲପୁର ଜିଲାର ଯୁଯୁମୁରା ଥାନା ଅନ୍ତର୍ଗତ ୫୫ ନଂ ଜାତୀୟ ରାଜପଥ ରାଇରଖୋଲ କାୟାକୁଦା ନିକଟରେ ସୋମବାର ଭୋର ସମୟରେ କାର ଓ ଟ୍ରକ ମୁହାଁମୁହିଁ ଧକ୍କା। ଏକ ଦୁର୍ଘଟଣାରେ ୨ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୨ଜଣ ଆହତ ହୋଇଛନ୍ତି। ଗୁରୁତର ବ୍ୟକ୍ତିଙ୍କୁ ଉଦ୍ଧାର କରି ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି । ସମସ୍ତ ବ୍ୟକ୍ତି ରାଉରକେଲାର ଛେଣ୍ଡ ଅଞ୍ଚଳର ବୋଲି ଜଣାପଡିଛି ।
ସୂଚନା ଯେ, ରାଉରକେଲା ଛେଣ୍ଡ ଅଞ୍ଚଳର ୪ଜଣ ଏକ ବ୍ରିଜା କାର (ଓଡ଼ି୦୨ଏକ୍ୟୁ-୭୦୪୯)ରେ ଭୁବନେଶ୍ୱର ଅଭିମୁଖେ ଯାତ୍ରା କରୁଥିଲେ । ଉକ୍ତ ସମୟରେ ବିପରୀତ ଦିଗରୁ ଆସୁଥିବା ଟ୍ରକ (କେଏ୨୫ବି-୮୫୦୧) ସହ ମୁହାଁମୁହିଁ ଧକ୍କା ହୋଇଥିଲେ । ଖବରପାଇ ଯୁଯୁମୁରା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଆହତଙ୍କୁ ଉଦ୍ଧାର କରି ପ୍ରଥମେ ଯୁଯୁମୁରା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଆଣିଥିଲେ । ସେଠାରେ ଡାକ୍ତର ୨ ଜଣଙ୍କୁ ମୃତ ଘୋଷଣା କରିଥିଲେ । ସେହିପରି ଦୁର୍ଘଟଣାରେ ଆଉ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ଥିବାରୁ ତାଙ୍କୁ ବୁର୍ଲା ମେଡ଼ିକାଲକୁ ସ୍ଥାନାନ୍ତର କରାଯାଇଛି । ବର୍ତ୍ତମାନ ସୁଦ୍ଧା ସେମାନଙ୍କ ପରିଚୟ ମିଳି ପାରିନାହିଁ । ରାତି ପ୍ରାୟ ୩ଟା ବେଳେ ଏହି ଦୁର୍ଘଟଣା ଘଟିଥିବା ସୂଚନା ରହିଛି । ଏହି ଦୁର୍ଘଟଣା ସମ୍ପର୍କରେ ପୋଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ କରିଛି ।
