ବ୍ରହ୍ମପୁରରୁ ଚୋରି ହୋଇଥିବା କାର ଭୁବନେଶ୍ୱରରୁ ଉଦ୍ଧାର । ଅଭିଯୁକ୍ତ ଗିରଫ
ବ୍ରହ୍ମପୁର : ପାର୍ବଣ ଋତୁ ଆସିଲେ ଚୋରିହାରି ବଢିବା ସ୍ଵାଭାବିକ । ଘରେ ପଶି ଚୋରୀ କରିବା ହେଉ କି ଦୋକାନ ଶଟର ତାଡି ଲୁଟିନେବା, ମୋଟର ସାଇକେଲ ଚୋରି ହେଉ କିମ୍ବା ସୁନା ଗହଣା ଝାମ୍ପି ନେବା ଭଳି ବହୁ ଘଟଣା ଦେଖିବାକୁ ମିଳିଥାଏ । କିନ୍ତୁ କାର୍ କୁ ଚୋରି କରି ନେଇ ଘଟଣା ବ୍ରହ୍ମପୁର ସହରରେ ଘଟିଛି । ବ୍ରହ୍ମପୁର ଟାଉନ ଥାନା ଅନ୍ତର୍ଗତ ନେହୁରୁ ପାର୍କ ନିକଟରେ ପାର୍କିଂରେ ଥିବା ଏକ କାର ଚୋରି ହୋଇ ଯାଇଥିବା ନେଇ ଟାଉନ ଥାନାରେ ଗାଡି ମାଲିକ ରାକେଶ କୁମାର ମହାପାତ୍ର ଅଭିଯୋଗ କରିଥିଲେ । ତାଙ୍କ ଅଭିଯୋଗକୁ ପୁଲିସ ଗୁରୁତର ସହ ନେଇ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଥିଲା । ଏହି ଘଟଣାରେ ଅଭିଯୁକ୍ତ ତ୍ୱତଜିତ ଆଚାରୀଙ୍କୁ ଭୁବନେଶ୍ୱରରୁ ଉଠେଇ ଆଣି ଥାନାରେ ଅଟକ ରଖି ପଚରା ଉଚାରା କରିଥିଲା ପୁଲିସ । ଚୋରି କରିଥିବା ଅଭିଯୁକ୍ତ ସ୍ବୀକାର କରିବା ଆଜି ତ୍ୱତଜିତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ଟାଉନ ଥାନା ପୁଲିସ । ଗିରଫ ଅଭିଯୁକ୍ତଙ୍କ ନିକଟରୁ ପୁଲିସ ଚୋରି ହୋଇଥିବା କାରକୁ ଉଦ୍ଧାର କରିଛି । ସୂଚନାଯୋଗ୍ୟ ଗତ ୪ ତାରିଖରେ ରାକେଶ ନେହେରୁ ପାର୍କ ଠାରେ ନିଜର କାରକୁ ପାର୍କିଂ ରଖିଥିଲେ । ରାତ୍ର ୧୨ଟାରେ ରାକେଶ ପାର୍କିଂ ସ୍ଥଳକୁ ଆସି ଦେଖିବା ବେଳେ କାର ଟି ନଥିବା ଦେଖିବାକୁ ପାଇଥିଲେ । ସେ ବହୁ ଖୋଜା ଖୋଜି କରିବା ପରେ ଜାଣିବାକୁ ପାଇଥିଲେ କି କାର ଟି ଚୋରି ହୋଇଯାଇଛି । ଏ ନେଇ ରାକେଶ ଟାଉନ ଥାନାରେ ଏକ ଲିଖିତ ଅଭିଯୋଗ କରିଥିଲେ । ଅଭିଯୋଗକୁ ଭିତ୍ତି କରି ପୁଲିସ ଏକ ମାମଲା ରୁଜୁ କରି ତଦନ୍ତ ତଦନ୍ତ କରି ଅଭିଯୁକ୍ତ ତ୍ୱତଜିତକୁ ଭୁବନେଶ୍ୱରରେ କାବୁ କରିବାରେ ସଫଳ ହୋଇଥିଲା । ପରେ ଅଭିଯୁକ୍ତକୁ ବ୍ରହ୍ମପୁର ଆଣି ଥାନାରେ ଅଟକ ରଖି ପଚରା ଉଚାର କରିବା ସହ ଆଜି କୋର୍ଟ ଚାଲାଣ କରିଥିବା ଜଣାପଡ଼ିଛି ।
