ଖୁମ୍ବକୁ ଧକ୍କା ଦେଲା କାର୍, ୭ ମୃତ
ବେଙ୍ଗାଲୁରୁ : କର୍ଣ୍ଣାଟକର ବେଙ୍ଗାଲୁରୁରେ ମଙ୍ଗଳବାର ସକାଳେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଦୁର୍ଘଟଣାରେ ୭ ଜଣଙ୍କ ଜୀବନ ଚାଲିଯାଇଥିବା ନେଇ ଖବର ମିଳିଛି। କୋରମଙ୍ଗଲା ନିକଟରେ ଦ୍ରୁତ ଗତିରେ ଥିବା ଏକ କାର ଖୁମ୍ବରେ ଧକ୍କା ହୋଇ ୭ ଜଣଙ୍କର ମୃତ୍ୟୁ ଘଟିଛି। ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରିବା ସହ ଘଟଣାର ତଦନ୍ତ ଆରମ୍ଭ କରିଥିବା ନେଇ ସୂଚନା ମିଳିଛି।
Karnataka: Seven people killed in a car accident in Koramangala area of Bengaluru in the wee hours of Tuesday, as per Adugodi Police Station pic.twitter.com/GTcob09pG4
— ANI (@ANI) August 31, 2021
ସୂଚନା ଯେ, ମଙ୍ଗଳବାର ସକାଳେ ଏକ ବେଙ୍ଗାଲୁରୁର ଏକ କାର୍ କେଉଁ ଆଡେ ଯାଉଥିଲା । ଦ୍ରୁତ ଗତିରେ ଯାଉଥିବା କାରଟି ଏକ ଖୁଣ୍ଟକୁ ଧକ୍କା ଦେଇଥିଲା । ଫଳରେ ଏଥିରେ ଥିବା ୭ ଜଣଙ୍କର ମୃତ୍ୟୁ ହୋଇଯାଇଥିଲା । ଘଟଣା ପରେ ସ୍ଥାନୀୟ ଲୋକେ ପୋଲିସକୁ ଖବର ଦେଇଥିଲେ । ପୋଲିସ ସ୍ଥାନୀୟ ଲୋକଙ୍କ ସହ ମିଶି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଛି । ମୃତଦେହଗୁଡିକୁ ପୋଷ୍ଟମଟର୍ମ ପାଇଁ ପଠାଯାଇଛି । କିନ୍ତୁ ମୃତକଙ୍କ ପରିଚୟ ମିଳିପାରି ନାହିଁ ।
