ବାଇକକୁ ଧକ୍କା ଦେଲା କାର : ଜଣେ ମୃତ, ୨ ଗୁରୁତର
ସୋନପୁର : ବାଇକକୁ ଧକ୍କା ଦେଲା କାର । ଜଣେ ମୃତ ଓ ୨ ଜଣ ଗୁରୁତର । ୫୭ ନମ୍ବର ଜାତୀୟ ରାଜପଥ କୁଲିପାଲି ଛକ ନିକଟରେ ଘଟିଛି ଏହି ଦୁର୍ଘଟଣା । ମୃତ ବାଇକ୍ ଆରୋହୀ ଜଣକ ବୌଦ୍ଧ ଜିଲା ରାଵଡି ଗାଁର ଅଶୋକ ବନଛୋର ।
ଏକ ବାଇକରେ ତିନି ଜଣ ବଲାଙ୍ଗୀରରୁ ନିଜ ଘରକୁ ଫେରିଥିବା ବେଳେ କୁଲିପାଲି ଛକରେ ଏକ କାର ତାଙ୍କ ବାଇକକୁ ଧକ୍କା ଦେଇଥିଲା । ଗୁରୁତର ଅବସ୍ଥାରେ ବାଇକ୍ ଆରୋହୀ ଅଶୋକ ଏବଂ ଅନ୍ୟ ଦୁଇଜଣକୁ ଉଦ୍ଧାର କରାଯାଇ ସୋନପୁର ମୁଖ୍ୟ ଡାକ୍ତର ଖାନାକୁ ଅଣାଯାଇଥିଲା । କିନ୍ତୁ ଅଶୋକଙ୍କୁ ଡାକ୍ତର ମୃତ ଘୋଷଣା କରିଛନ୍ତି । ସୋନପୁର ପୋଲିସ ଶବକୁ ଜବତ କରି ତଦନ୍ତ ଆରମ୍ଭ କରିଛି । ଆହତ ଦୁଇଜଣଙ୍କ ଅବସ୍ଥା ଗୁରୁତର ରହିଛି ।
