ଗଞ୍ଜେଇ ଜବତ, ୨ ଗିରଫ
ନବରଙ୍ଗପୁର : ଗଞ୍ଜେଇ ଜବତ ନେଇ ବୈପାରିଗୁଡା ପୋଲିସକୁ ମିଳିଛି ବଡ ସଫଳତା । ଏହି ମାମଲାରେ ୨ ଜଣ ଯୁବକ ଗିରଫ ହୋଇଛନ୍ତି । ଯୁବକ ଦୁଇଜଣ ହେଉଛନ୍ତି ନବରଙ୍ଗପୁର ଜିଲା ରାଇଘର ଅଞ୍ଚଳର ପାଖାପାଖି ୫୦ କେଜି ଗଞ୍ଜେଇ ଜବତ କରିଛି ପୋଲିସ । ଏହି ମାମଲାରେ ଦୁଇଟି ବାଇକ ମଧ୍ୟ ଜବତ କରାଯାଇଛି ।
ସୂଚନା ଯେ, ବୈପାରିଗୁଡା ଥାନା ପକ୍ଷରୁ ଆଇଆଇସି ଈଶ୍ଵର ତାଣ୍ଡିଙ୍କ ନେତୃତ୍ୱରେ ଏସଆଇ ଅସିତ୍ କୁମାର ବଳବନ୍ତରାୟ ଓ ଅନ୍ଯ ପୋଲିସ କର୍ମଚାରୀ ମାନେ ପେଟ୍ରୋଲିଙ୍ଗ କରୁଥିଲେ । ଏହି ସମୟରେ ମାଲକାନଗିରି ଆଡୁ ୨ଜଣ ଯୁବକ ଦୁଇଟି ବାଇକ ଯୋଗେ ଆସୁ ଥିବା ଦେଖି ପୋଲିସ କର୍ମଚାରୀ ମାନେ ସେମାନଙ୍କୁ ଅଟକାଇଥିଲେ । ତେବେ ବାଇକ ପଛ ପଟେ ବସ୍ତା ଥିବାରୁ ପୋଲିସ କର୍ମଚାରୀ ମାନେ ସନ୍ଦେହ କରି ବସ୍ତା ଯାଞ୍ଚ କରିଥିଲେ । ଯାଞ୍ଚବେଳେ ପୋଲିସ ୫୦ କେଜି ଗଞ୍ଜେଇ ଜବତ କରିଥିଲା । ପ୍ରାଥମିକ ତଦନ୍ତରୁ ଜଣାପଡିଛି ଯେ, ୨ ଜଣ ଯୁବକ ମାଛକୁଣ୍ଡ ଠାରୁ ଗଞ୍ଜେଇ ଆଣି ରାଇଘର ଚାଲାଣ କରୁଥିଲେ । ଗିରଫ ଦୁଇ ଜଣ ଯୁବକକୁ ଆଜି କୋର୍ଟ ଚାଲାଣ କରାଯାଇଥିବା ନେଇ ପୋଲିସ ସୂଚନା ଦେଇଛି ।
