୨୫ରେ କର୍କଟ ଚିକିତ୍ସା ଓ ସଚେତନତା ଶିବିର
ବାରିପଦା : ମୟୁରଭଞ୍ଜ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡ. ରୂପଭାନୁ ମିଶ୍ରଙ୍କ କାର୍ଯ୍ୟାଳୟରେ ଅତିରିକ୍ତ ଜନ ସ୍ୱାସ୍ଥ୍ୟ ଅଧିକାରୀ ଡକ୍ଟର ଘାସିରାମ ମୁର୍ମୁ, ଡକ୍ଟର ଶିବାନନ୍ଦ ମହାନ୍ତି ,ଏନସିଡିର ସହ-ପରିଚାଳକ ନିହାର ରଞ୍ଜନ ପୃଷ୍ଟି ଏବଂ ଏପିଏମ-ୟୁଏଚ ଅଭୟ ସୁବୁଦ୍ଧି ଓ ରୋଟାରୀ କ୍ଲବ ସଭାପତି ରାକେଶ ସିଂଙ୍କ ଉପସ୍ଥିତିରେ କର୍କଟ ରୋଗର ପରୀକ୍ଷା ଓ ସଚେତନତା ପାଇଁ ଏକ ଶିବିର ଆୟୋଜନ କରାଯିବା ନିମନ୍ତେ ପ୍ରସ୍ତୁତି ବୈଠକ ହୋଇ ଯାଇଛି । ଉକ୍ତ ଶିବିର ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ବିଭାଗ, କଟକ ଆଚାର୍ଯ୍ୟ ହରିହର କ୍ୟାନସର ହସପିଟାଲ, କ୍ରିୟା ଫାଉଣ୍ଡେସନ ଓ ରୋଟାରୀ କ୍ଲବ ମିଳିତ ଉଦ୍ୟମରେ ଆଗାମୀ ସେପ୍ଟେମ୍ବର ୨୫ ତାରିଖରେ ସିପିସିଏଚ କନଫରେନ୍ସ ହଲରେ ଅନୁଷ୍ଠିତ ହେବ ବୋଲି ଜଣା ଯାଇଛି । ଉକ୍ତ ଶିବିରରେ କର୍କଟ ରୋଗରେ ପୀଡ଼ିତ ଥିବା କିମ୍ବା ସମ୍ଭାବନା ଥିବା ରୋଗୀ ମାନଙ୍କୁ ପରୀକ୍ଷା କରାଯିବା ସହିତ ସଚେତନ କରିବା ପାଇଁ କଟକ ଆଚାର୍ଯ୍ୟ ହରିହର ଡାକ୍ତରଖାନାର କର୍କଟ ରୋଗ ବିଶେଷଜ୍ଞ ମାନେ ଉପସ୍ଥିତ ରହିବେ ବୋଲି ଜଣାଯାଇଛି ।
