ମନ୍ତ୍ରୀ ପରିଷଦ ବୈଠକ ଶେଷ : ୧୯.୩୮୦ କୋଟିର ଅତିରିକ୍ତ ବଜେଟ ପ୍ରସ୍ତାବକୁ ଅନୁମୋଦନ
ଭୁବନେଶ୍ୱର : ଶେଷ ହେଲା ମନ୍ତ୍ରୀ ପରିଷଦ ବୈଠକ । ୧୯.୩୮୦ କୋଟିର ଅତିରିକ୍ତ ବଜେଟ ପ୍ରସ୍ତାବକୁ ଅନୁମୋଦନ ।
ଆସନ୍ତା ଶୀତକାଳୀନ ଅଧିବେଶନରେ ପ୍ରଥମ ଦିନରେ ଆଗତ ହେବ ୧୯,୩୮୦ କୋଟି ଟଙ୍କାର ଅତିରିକ୍ତ ବଜେଟ । ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିଥିବା ମନ୍ତ୍ରୀ ପରିଷଦ ବୈଠକରେ ଅତିରିକ୍ତ ବଜେଟ ଚିଠା ପ୍ରସ୍ତାବକୁ ଗ୍ରୀନ ସିଗନାଲ ମିଳିଛି । ଅତିରିକ୍ତ ବଜେଟ ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟରେ ଆବଶ୍ୟକ ଥିବା ଅଧିକ ପାଣ୍ଠିରେ ବିନିଯୋଗ ହେବ ବୋଲି ଜଣାପଡିଛି।
