ବାଇପାସ୍ ରାସ୍ତା ବିକାଶର ନୂଆଁ ଅଧ୍ୟାୟ ସୃଷ୍ଠି କରିବ : ଗୌରୀ ମାଝୀ
ନବରଙ୍ଗପୁର : ଆଦିବାସୀ ଅଧ୍ୟୁଷିତ ନବରଙ୍ଗପୁର ଜିଲ୍ଲାକୁ କେନ୍ଦ୍ରସରକାର ସବୁବେଳେ ସ୍ୱତନ୍ତ୍ର ଧ୍ୟାନ ଦେଇ ଆସୁଛନ୍ତି ଗୋଟିଏ ରାଷ୍ଟ୍ର ତଥା ସମାଜ ପ୍ରଗତି ପାଇଁ ଯାତାୟାତ ପଥ ଅପରିହାର୍ଯ୍ୟ ଅର୍ଥ ନୈତିକ କରିଡ଼ର ଭାରତ ମାଳା ପରିଯୋଜନା ରେ କେନ୍ଦ୍ରସରକାର ରାୟପୁର ଠୁ ବିଶାଖାପାଟଣା ଦେଇ ଯେଉଁ ରାସ୍ତା ଦୃତ ଗତିରେ ତିଆରି ଚଲାଇଛନ୍ତି ।ନବରଙ୍ଗପୁର ଜିଲ୍ଲା ରେ ଅଧିକ ରାସ୍ତା ତିଆରି ହୋଇ ଆମ ଜୀବନ ରେଖା ତିଆରି ହେବ ।ଗତକାଲି ନବରଙ୍ଗପୁର ସହରରେ ବାୟ ପାସ୍ ଦୀର୍ଘ ପ୍ରାୟ ୧୦କିଲୋମିଟର ରାସ୍ତା ପାଇଁ କେନ୍ଦ୍ର ସରକାର ୧୬୯ କୋଟି ୨୭ଲକ୍ଷ ଟଙ୍କା ମଞ୍ଜୁର କରି ନବରଙ୍ଗପୁର ବିକାଶର ପୁରୋଧା ସାଜିଛନ୍ତି । ଯାହାଦ୍ୱାରା ନବରଙ୍ଗପୁର ସହର ମଧ୍ୟରେ ପ୍ରାୟ ପାଞ୍ଚ କିଲୋମିଟର ରୁ ଅଧିକ ରାସ୍ତା ଯାଇଛି ପାଞ୍ଚ କିମି ମଧ୍ୟରେ ଦୁଇ କିମି ଅଣ ଅସାରୀୟା ଥିବା ଯୋଗୁଁ ଟ୍ରାଫିକର ଅବ୍ୟବସ୍ଥା ଫଳରେ ଜନ ସାଧାରଣ ଅଣ ବିଶ୍ୱାସୀ ହୋଇ ପଡ଼ୁଛନ୍ତି । ବେଳେ ବେଳେ ଧନ ଜୀବନ ବି କ୍ଷତି ହେଉଥିଲା ।ନବରଙ୍ଗପୁର ସହର ବାସୀଙ୍କ ଦୀର୍ଘ ଦିନର ଡିମାଣ୍ଡ କୁ କେନ୍ଦ୍ର ସରକାର ପୂର୍ଣ୍ଣ କରିଥିବାରୁ ସହର ବାସି ଖୁସିରେ ଅଛନ୍ତି । ଏହି ଦୀର୍ଘ ଦିନର ଆବଶ୍ୟକତା ଥିବା ୨୬ନଂ ଜାତୀୟ ରାଜପଥ ରେ ୍ୱାୟ ରାସ୍ତା ପାଇଁ କେନ୍ଦ୍ର ସରକାର ଟଙ୍କା ମଞ୍ଜୁର କରି ଥିବାରୁ ମାନନୀୟ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଜୀ,ସଡ଼କ ପରିବହନ ଓ ଜାତୀୟ ରାଜପଥ ମନ୍ତ୍ରୀ ଶ୍ରୀ ନୀତିନ ଗଡକରିଜୀ ଓ ଆଡିଶା ତଥା ନବରଙ୍ଗପୁର ଜିଲ୍ଲାର ବିକାଶ ପାଇଁ ସବୁବେଳେ ସ୍ୱତନ୍ତ୍ର ଧ୍ୟାନ ଦେଉଥିବା ମାନନୀୟ କେନ୍ଦ୍ର ମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନଜୀଙ୍କୁ ଅଶେଷ ଅଶେଷ ଧନ୍ୟବାଦ ।
