ଫେବୃଆରୀ ଦ୍ୱିତୀୟ ସପ୍ତାହ ସୁଦ୍ଧା ଭଲ ସ୍ଥିତି ଆସିବ : ସ୍ୱାସ୍ଥ୍ୟ ନିର୍ଦ୍ଦେଶକ
ଏବେ ବି ରାଜ୍ୟରେ ଡେଲ୍ଟା ଓ ଓମିକ୍ରନ୍ ଭୂତାଣୁ ସକ୍ରିୟ ଅଛନ୍ତି, ସମସ୍ତଙ୍କୁ ସତର୍କ ରହିବାକୁ ପଡ଼ିବ
ଭୁବନେଶ୍ୱର : ରାଜ୍ୟରେ କୋଭିଡ୍ ସଂକ୍ରମଣ ସ୍ଥିତି ନେଇ ପ୍ରତିକ୍ରିୟା ରଖିଛନ୍ତି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର । ସେ କହିଛନ୍ତି, ରାଜ୍ୟରେ ଏବେ ସଂକ୍ରମଣ ହଜାର ତଳେ ରହିଛି । ଜିଲ୍ଲା ସ୍ତରରେ ଟେଷ୍ଟ ଟ୍ରାକିଂ ଓ ଟ୍ରେସିଂ ଜୋରଦାର କରିବାକୁ ଜିଲ୍ଲା ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଏଭଳି ସଂକ୍ରମଣ ତଳ ମୁହାଁ ରହିଲେ ଫେବୃଆରୀ ଦ୍ୱିତୀୟ ସପ୍ତାହ ସୁଦ୍ଧା ଆମେ ଭଲ ସ୍ଥିତିକୁ ଆସିଯିବା । ହୁଏତ ଆଉ ବିଶେଷ କଟକଣା ଆବଶ୍ୟକ ପଡିନପାରେ । ନିୟମିତ ସ୍ୱାସ୍ଥ୍ୟକର୍ମୀଙ୍କର ପ୍ରଶିକ୍ଷଣ ପାଇଁ ଜିଲ୍ଲା ସ୍ତରରେ ବ୍ୟବସ୍ଥା କରାଯାଇଛି । ରୋଗୀଙ୍କ ତୁଳନାରେ ଡାକ୍ତରଖାନାରେ ଯଥେଷ୍ଟ ସଂଖ୍ୟକ ଶଯ୍ୟା ଖାଲି ରହିଛି । ତଥାପି ତୃତୀୟ ଲହରର ମୁକାବିଲା ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ସ୍ୱାସ୍ଥ୍ୟ ଭିତିଭୂମିକୁ ଆହୁରି ସୁଦୃଢ଼ କରାଯାଉଛି । ଏବେ ବି ରାଜ୍ୟରେ ଡେଲ୍ଟା ଓ ଓମିକ୍ରନ ଭୂତାଣୁ ସକ୍ରିୟ ଅଛନ୍ତି । ଆମକୁ ସମସ୍ତଙ୍କୁ ସତର୍କ ରହିବାକୁ ପଡିବ । ସଂକ୍ରମଣ ସଂଖ୍ୟା କମୁଥିଲେ ବି ବିପଦ ଟଳିନାହିଁ ।
ବର୍ତମାନ ସୁଦ୍ଧା ୯୨ ପ୍ରତିଶତ ଟିକାକରଣ ସମ୍ପୂର୍ଣ୍ଣ ହୋଇଛି । ଏହା ଗୋଟିଏ ଭଲ ଉପଲବ୍ଧି । ୧୫ରୁ ୧୮ବର୍ଷର ପିଲା ଓ ସମ୍ମୁଖ ଯୋଦ୍ଧା ଟିକାକରଣ ତ୍ୱରାନ୍ୱିତ କରାଯାଇଛି । ଏବେ ଦୈନିକ ଟେଷ୍ଟିଂ ବର୍ତମାନ ୬୮ ହଜାରରୁ ୬୯ ହଜାର ଟେଷ୍ଟ କରାଯାଉଛି । ଟେଷ୍ଟିଂ ହାର କମିନାହିଁ । ଦେଶରେ ଅନ୍ୟ ରାଜ୍ୟରେ ସଂକ୍ରମଣ କମିବା ସହିତ ଓଡ଼ିଶାରେ ମଧ୍ୟ ସଂକ୍ରମଣ ହାର ଲଗାତାର କମିବାରେ ଲାଗିଛି । ଏହା ଗୋଟିଏ ଭଲ ସ୍ଥିତି । ଆଉ ଗୋଟିଏ ଦିନ ପରେ ଫେବୃଆରୀ ମାସ ପାଇଁ ଆସିବ ଗାଇଡ୍ ଲାଇନ୍ । ସରକାର ସ୍ୱାସ୍ଥ୍ୟ ବିଭାଗ ସମେତ ସମସ୍ତ ବିଭାଗରୁ ଫିଡ଼ବ୍ୟାକ ନେଉଛନ୍ତି । ଫେବୃଆରୀ ମାସରେ କିଛିଟା କଟକଣା ଜାରି ରହିବ । ଲୋକମାନଙ୍କର ଜୀବିକା ଯେଭଳି ପ୍ରଭାବିତ ନହେବା ସେଥିପାଇଁ ସରକାର ସଚେତନ ଅଛନ୍ତି । ନିଓ କପକୁ ନେଇ ଯେଉଁ କଳ୍ପନା ଜଳ୍ପନା ଆଶଙ୍କା ପ୍ରକାଶ ପାଇଛି ତାହା ଅମୂଳକ ଓ ଭିତିହୀନ । ଏହାର କୌଣସି ପ୍ରାମାଣିକ ତଥ୍ୟ ନାହିଁ ବୋଲି ଡବ୍ଲୁଏଚଓ ସ୍ପଷ୍ଟ କରିସାରିଛି । ଦେଶର ଅନ୍ୟ ରାଜ୍ୟରେ ସଂକ୍ରମଣ କମିବା ସହିତ ଓଡ଼ିଶାରେ ମଧ୍ୟ ସଂକ୍ରମଣ ହାର ଲଗାତାର କମିବାରେ ଲାଗିଛି । ଏହା ଗୋଟିଏ ଭଲ ସ୍ଥିତି । ଆଉ ଗୋଟିଏ ଦିନ ପରେ ଫେବୃଆରୀ ମାସ ପାଇଁ ଗାଇଡ ଲାଇନ ଆସିବ । ସରକାର ସ୍ୱାସ୍ଥ୍ୟ ବିଭାଗ ସମେତ ସମସ୍ତ ବିଭାଗରୁ ଫିଡ଼ବ୍ୟାକ୍ ନେଉଛନ୍ତି । ଫେବୃଆରୀ ମାସରେ କିଛିଟା କଟକଣା ଜାରି ରହିବ । ଲୋକମାନଙ୍କର ଜୀବିକା ଯେଭଳି ପ୍ରଭାବିତ ନହେବ ସେଥିପାଇଁ ସରକାର ସଚେତନ ଅଛନ୍ତି । ନୂଆ ଭାରିଆଂଟ ନିଓକପକୁ ନେଇ ଯେଉଁ କଳ୍ପନା ଜଳ୍ପନା ଆଶଙ୍କା ପ୍ରକାଶ ପାଇଛି ତାହା ଅମୂଳକ ଓ ଭିତିହୀନ । ଏହାର କୌଣସି ପ୍ରାମାଣିକ ତଥ୍ୟ ନାହିଁ ବୋଲି ହୁ ସ୍ପଷ୍ଟ କରିସାରିଛି ବୋଲି ସେ କହିଛନ୍ତି ।
