ମେ ମାସ ସୁଦ୍ଧା ଭୁବନେଶ୍ୱରରୁ ବିଦେଶକୁ ଉଡ଼ିବ ବିମାନ
ଭୁବନେଶ୍ୱର : ଆଗାମୀ ମଇ ମାସ ସୁଦ୍ଧା ଭୁବନେଶ୍ୱରରୁ ବିଦେଶକୁ ବିମାନ ଉଡିବ । ଭୁବନେଶ୍ୱର ଏୟାରପୋର୍ଟ ନିର୍ଦ୍ଦେଶକ ପ୍ରସନ୍ନ ପ୍ରଧାନ ଏହି ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ ଇଣ୍ଡିଗୋ ଏୟାର ଲାଇନ୍ସ ସହ ଚୁକ୍ତିସ୍ୱାକ୍ଷର କରାଯାଇଛି । ଇଣ୍ଡିଗୋ ବିମାନ ସିଙ୍ଗାପୁର, ଦୁବାଇ, ବ୍ୟାଙ୍କକକୁ ଉଡ଼ାଣ କରିବ । ବିମାନ ବନ୍ଦରର ପୁରୁଣା ଟର୍ମିନାଲ ବିଲ୍ଡିଂ ନୂତନ ରୂପ ପାଇବ ବୋଲି ସେ କହିଛନ୍ତି ।
