ବାଇକ ଆରୋହୀଙ୍କୁ ଧକ୍କା ଦେଲା ବସ, ଜଣେ ମୃତ
ରାଉରକେଲା : ଆଜି ଅପରାହ୍ନରେ ଭଷ୍ମା ଥାନା ଯୋଗିମାଲ କଲେଜ ସମ୍ମୁଖରେ ଶ୍ରୀମାନ ନାମକ ଘରୋଇ ବସ ଧକ୍କାରେ ଜଣେ ବାଇକ୍ ଆରୋହୀଙ୍କ ଜୀବନ ଯାଇଛି । ମୃତକ ହେଲେ ଶରଧାପାଲିର ସଲୀଳ ପଟେଲ (୨୬) ।
ସେ ବାଇକରେ ଆସୁଥିବାବେଳେ ସୁନ୍ଦରଗଡ଼ରୁ ଯୋଗିମାଲ ଦେଇ ହେମଗିର ଯାଉଥିବା ବସଟି ତାଙ୍କୁ ଧକ୍କା ଦେଇଥିଲା । ସେ ରାସ୍ତା ଉପରେ ଛିଟକି ପଡି ଗୁରୁତର ହୋଇଥିଲେ । ସ୍ଥାନୀୟ ଲୋକେ ତାଙ୍କୁ ଉଦ୍ଧାର କରି ସୁନ୍ଦରଗଡ଼ ଜିଲ୍ଲା ମୁଖ୍ୟ ଡାକ୍ତରଖାନାକୁ ନେଇଥିଲେ । ସେଠାରେ ଡାକ୍ତର ମୃତ ଘୋଷଣା କରିଥିଲେ । ଦୁର୍ଘଟଣାରେ ମୃତ୍ୟୁ ଖବରକୁ ନେଇ ଯୋଗୀମାଲରେ ଉତ୍ତେଜନା ପ୍ରକାଶ ପାଇଛି । ପ୍ରତିବାଦରେ ସ୍ଥାନୀୟ ଲୋକେ ବସକୁ ଅଟକାଇ ଯୋଗୀମାଲ ରାସ୍ତା ଅବରୋଧ କରିଛନ୍ତି ।
