ଜୁଲାଇ ୩୧ ପର୍ଯ୍ୟନ୍ତ ବସ୍ ଧର୍ମଘଟ ସ୍ଥଗିତ
ଭୁବନେଶ୍ୱର : ବିଭିନ୍ନ ଦାବି ନେଇ ଜୁଲାଇ ୧ ତାରିଖରେ ବସ୍ ଧର୍ମଘଟ ଡାକରା ଦେଇଥିବା ଓଡ଼ିଶା ବସ୍ ମାଲିକ ସଙ୍ଘ ଏହାକୁ ସ୍ଥଗିତ ରଖିବାକୁ ନିଷ୍ପତି ନେଇଛି । ବସ୍ ଧର୍ମଘଟ ଜୁଲାଇ ୩୧ ତାରିଖ ପର୍ଯ୍ୟନ୍ତ ସ୍ଥଗିତ ରଖିଛି ସଙ୍ଘ । ବସ୍ ମାଲିକ ସଙ୍ଘର ସାଧାରଣ ସମ୍ପାଦକ ଦେବେନ୍ଦ୍ର ସାହୁ କହିଛନ୍ତି ରଥଯାତ୍ରାକୁ ଦେଖି ବସ୍ ଧର୍ମଘଟ ସ୍ଥଗିତ ରଖାଯାଇଛି । ଜୁଲାଇ ସୁଦ୍ଧା ଦାବି ପୂରଣ ପାଇଁ ସଙ୍ଘ ରାଜ୍ୟ ସରକାରଙ୍କୁ ଅପିଲ କରିଛି । ଯଦି ସରକାର ଜୁଲାଇ ମାସ ସୁଦ୍ଧା ଦାବି ପୂରଣ ନ କରନ୍ତି, ତାହାହେଲେ ଅଗଷ୍ଟରେ ପୁଣି ଧର୍ମଘଟକୁ ଓହ୍ଲାଇବ ବସ୍ ମାଲିକ ସଙ୍ଘ । ସେପଟେ ବିଭାଗୀୟ ମନ୍ତ୍ରୀ ମଧ୍ୟ ଧର୍ମଘଟକୁ ସ୍ଥଗିତ ରଖିବାକୁ ସଙ୍ଘକୁ ପୂର୍ବରୁ ଅପିଲ କରିଥିଲେ ବୋଲି ଶ୍ରୀ ସାହୁ କହିଥିଲେ ।
