ଦଉସାରେ ବ୍ରିଜରୁ ଖସିଲା ବସ୍ : ୪ ମୃତ, ୨୪ ଆହତ
ଜୟପୁର : ରାଜସ୍ଥାନ ଦୌସାରେ ମର୍ମନ୍ତୁଦ ଦୁର୍ଘଟଣା । ବ୍ରିଜରୁ ଖସିଲା ବସ୍। ଏହି ଦୁର୍ଘଟଣାରେ ୪ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୨୪ ଆହତ ହୋଇଛନ୍ତି । ସମସ୍ତ ଆହତଙ୍କୁ ଉଦ୍ଧାର କରି ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି । ଘଟଣାସ୍ଥଳରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି ।
ସୂଚନା ଯେ, ଦୁର୍ଘଟଣାଗ୍ରସ୍ତ ବସଟି ହରିଦ୍ବାରରୁ ଜୟପୁର ଯାଉଥିଲା । ହେଲେ ବସ୍ ହଠାତ୍ ରାଜସ୍ଥାନର ଦୌସା ନିକଟରେ ଦୁର୍ଘଟଣାରେ ସମ୍ମୁଖୀନ ହୋଇଥିଲା । କୌଣସି କାରଣରୁ ବସ୍ଟି ଭାରସାମ୍ୟ ହରାଇ ପୋଲ ଉପରୁ ଖସି ରେଲୱେ ଟ୍ରାକ ପଡିଥିଲା । ଯାହାଫଳରେ ବସ୍ ଥିବା ଯାତ୍ରୀଙ୍କ ମଧ୍ୟରୁ ୪ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୨୪ ଜଣ ଆହତ ହୋଇଛନ୍ତି । ଦୁର୍ଘଟଣା ପରେ ୨୮ ଜଣଙ୍କୁ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ସେମାନଙ୍କ ମଧ୍ୟରୁ ୪ ଜଣଙ୍କ ମୃତ୍ୟୁ ଘଟିଥିବା ଡାକ୍ତର ଘୋଷଣା କରିଥିଲେ । ସେପଟେ ଟ୍ରକରେ ବସ୍ ଖସି ପଡିବାକୁ ଟ୍ରେନ୍ ଚଳାଚଳ ପ୍ରଭାବିତ ହୋଇଛି । ବସକୁ ଟ୍ରାକରୁ ହଟାଇବାକୁ ଉଦ୍ୟମ କରାଯାଉଥିବା ବେଳେ ମରାମତି କାମ ମଧ୍ୟ ଆରମ୍ଭ ହୋଇଛି । ଦୁର୍ଘଟଣାର ତଦନ୍ତ କରୁଛି ପୋଲିସ ।
