ଘରୋଇ ସ୍ଥାନରେ ଜବରଦସ୍ତ କଂକ୍ରିଟ ରାସ୍ତା ନିର୍ମାଣ : ବିଡିଓଙ୍କ ଦୃଷ୍ଟି ଆକର୍ଷଣ
ଜଳେଶ୍ୱର : ଜଳେଶ୍ୱର ବ୍ଲକ ଅନ୍ତର୍ଗତ ପଶ୍ଚିମବାର୍ଡ ପଂଚାୟତର ନମକନା ଗାଁର ୨ନଂ ୱାର୍ଡରେ ଗାଁର କେତେକ ବ୍ୟକ୍ତି ଜବର ଦସ୍ତ ଘରୋଇ ସ୍ଥାନରେ କଂକ୍ରିଟ ରାସ୍ତା ନିର୍ମାଣ କରିବାକୁ ନେଇ ଗଣ୍ଡଗୋଳ ଉପୁଜିଛି । ଗାଁର ସଂଜୟ ଗୋଚ୍ଛାୟତ ଘର ଠାରୁ ରାଜେନ୍ଦ୍ର ଗିରି ଘର ଯାଏ ରାସ୍ତା ନିର୍ମାଣ ବେଳେ ରଜନୀ ମହାନ୍ତିଙ୍କ ଘର ନିକଟରେ ଏପରି ପରିସ୍ଥିତି ଉପୁଜିଛି । ସୁବ୍ରତ କୁମାର ମହାନ୍ତି ଏବଂ ତାଙ୍କର ଅନ୍ୟଜଣେ ମହାନ୍ତି ବାହାରେ ରହୁଥିବା ବେଳେ ଜଣେ ଦିବ୍ୟାଙ୍ଗ ଭାଇ ଗାଁରେ ରହିଛନ୍ତି । ଗାଁରେ ଅରୁଣ କୁମାର ଗିରିଙ୍କ ନେତୃତ୍ୱରେ କେତେକ ବ୍ୟକ୍ତି ଏହି ରାସ୍ତା କାର୍ଯ୍ୟ କରୁଥିବାର ବିଡିଓ ଓ ଜଳେଶ୍ୱର ଥାନାରେ ଅଭିଯୋଗ ହୋଇଛି । ସମସ୍ୟା ସମାଧାନ ଲାଗି ମନୋଜ କୁମାର ମହାନ୍ତି ନିବେଦନ କରିଛନ୍ତି ।
