ବଜେଟ-୨୦୨୩ : ଜାଣନ୍ତୁ କ’ଣ ଶସ୍ତା ଓ କ’ଣ ମହଙ୍ଗା
ନୂଆଦିଲ୍ଲୀ: କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସଂସଦରେ ବିଜେଟ୍ ଉପସ୍ଥାପନ କରିଛନ୍ତି । କେନ୍ଦ୍ରର ନରେନ୍ଦ୍ର ମୋଦୀ ସରକାର ନିଜର ଦ୍ଵିତୀୟ କାର୍ଯ୍ୟକାଳର ଶେଷ ପୂର୍ଣ୍ଣାଙ୍ଗ ବଜେଟ୍ ଉପସ୍ଥାପନ କରିଛନ୍ତି । ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ବଜେଟ୍ରେ ଚାକିରିଆଙ୍କଠୁ ନେଇ ଗରିବ, କୃଷକ ଏବଂ ମହିଳା ତଥା ସମସ୍ତ ବର୍ଗ ପାଇଁ ଅନେକ ବଡ ବଡ ଘୋଷଣା କରିଛନ୍ତି। ଗୋଟିଏ ପଟେ ପିଏମ ଆବାସ ଯୋଜନାର ବଜେଟ୍ ବୃଦ୍ଧି କରାଯାଇ ଥିବା ବେଳେ ଅନ୍ୟପଟେ ଅନ୍ତୋଦୟ ଯୋଜନାର ଅବଧିକୁ ଆଉ ଗୋଟିଏ ବର୍ଷ ବୃଦ୍ଧି କରାଯାଇଛି। କେବଳ ଏତିକି ନୁହେଁ ଇନକମ ଟ୍ୟାକ୍ସ ସ୍ଲାବ୍ରେ ମଧ୍ୟ ଗୁରୁତ୍ଵପୂର୍ଣ୍ଣ ପରିବର୍ତ୍ତନ କରାଯାଇଛି। ଏଥର ବଜେଟ୍ରେ କଣ ଶସ୍ତା ଓ କଣ ମହଙ୍ଗା ହୋଇଛି ଜାଣନ୍ତୁ ….
ଶସ୍ତା :
ସାଇକେଲ
ଖେଳନା
ଅଟୋମୋବାଇଲ୍
ବୈଦ୍ୟୁତିକ ଯାନ
ସ୍ବଦେଶୀ ମୋବାଇଲ୍ ଫୋନ୍ କ୍ୟାମେରା ଲେନ୍ସ
ବାୟୋଗ୍ୟାସ ସାମଗ୍ରୀ
ମହଙ୍ଗା :
ସିଗାରେଟ
ପ୍ଳାଟିନମ
ସୁନା
ରୁପା
ହୀରା
ଇମ୍ପୋଟେଡ ଡୋର
କିଚେନ୍ ଚିମିନୀ
ବିଦେଶୀ ରୁପା ସାମଗ୍ରୀ
