ଭୁଲରେ ଭାରତ ଆସି ଯାଇଥିବା ପାକିସ୍ତାନୀ ନାଗରିକଙ୍କୁ ଫେରାଇଲା ବିଏସଏଫ
ଚଣ୍ଡିଗଡ଼ : ରବିବାର ରାତିରେ ଭୁଲରେ ଭାରତ ସୀମାରେ ପ୍ରବେଶ କରିଥିବା ଦୁଇ ପାକିସ୍ଥାନୀ ନଗରିକଙ୍କୁ ପାକିସ୍ଥାନକୁ ଫେରାଇ ଦିଆଯାଇଥିଲା । ପଚରାଉଚୁରା ପରେ ବିଏସଏଫ୍ ଅଧିକାରୀମାନେ ତାଙ୍କୁ ପାକ୍ ରେଂଜର୍ସଙ୍କୁ ହସ୍ତାନ୍ତର କରିଥିଲେ ।
ଋବିବାର ସକାଳେ ଦୁହେଁ ଅମୃତସର ସେକ୍ଟରର ସୀମାନ୍ତ ଗାଁ ରାଜତାଲରେ ପ୍ରବେଶ କରିଥିଲେ । ବିଏସଏଫ କର୍ମଚାରୀମାନେ ଉଭୟଙ୍କୁ ଗିରଫ କରି ପଚରାଉଚୁରା କରିଥିଲେ । ପଚରାଉଚୁରା ବେଳେ ସେମାନଙ୍କ ମଧ୍ୟରୁ କାହାଠାରୁ ସନ୍ଦେହଜନକ ଜିନିଷ କିଛି ମିଳିନଥିଲା । ଉଭୟଙ୍କର ୯୭୯୦ ଟଙ୍କା (ପାକିସ୍ଥାନର ମୁଦ୍ରା) ଏବଂ ଡକ୍ୟୁମେଂଟ ଥିଲା ।
