ଫିରୋଜପୁର ସେକ୍ଟରରେ ବିଏସଏଫ ପାକିସ୍ଥାନୀ ଡ୍ରୋନକୁ ଧ୍ୱଂସ କଲା
ଚଣ୍ଡିଗଡ଼ : ବୁଧବାର ରାତିରେ ଫିରୋଜପୁର ସେକ୍ଟରରେ ହୋଇଥିବା ଅପରେସନ ସମୟରେ ବିଏସଏଫ ପାକିସ୍ଥାନୀ ଡ୍ରୋନକୁ ଗୁଳି ଚଳାଇଥିଲା । ଏହି ଅପରେସନ ପରେ ବିଏସଏଫ ଦ୍ୱାରା ସୀମାନ୍ତ ଅଂଚଳରେ ଅନେକ ଘଂଟା ଧରି ସର୍ଚ୍ଚ ଅପରେସନ କରାଯାଇଥିଲା । ବିଏସଏଫ ମୁଖପାତ୍ରଙ୍କ ଅନୁଯାୟୀ ବୁଧବାର ରାତି ପ୍ରାୟ ଆଠଟା ବେଳେ ଏକ ଡ୍ରୋନ ଭାରତ ସୀମାରେ ପ୍ରବେଶ କରିଥିଲା । ଏହି ଡ୍ରୋନ ଫିରୋଜପୁର ସେକ୍ଟର ଅନ୍ତର୍ଗତ ବିଓପି ହରଭଜନ ଅଂଚଳରେ ଦେଖିବାକୁ ମିଳିଥିଲା । ଯାହାପରେ ବିଏସଏଫ ଗୁଳି ଚଳାଇବା ଆରମ୍ଭ କରିଥିଲା । ବିଏସଏଫର ୧୦୧ ବାଟାଲିୟନର ସୈନିକ ମାନେ ଅନେକ ରାଉଣ୍ଡ ଗୁଳି ଚଳାଇଥିଲେ । କିଛି ସମୟ ପରେ ଶବ୍ଦ ବନ୍ଦ ହୋଇଗଲା ।
