ବରଫ ଉପରେ ୪୦ ସେକେଣ୍ଡରେ ୪୭ ଥର ପୁସ୍-ଅପ୍ ମାରିଲେ ବିଏସଏଫ ଯବାନ, ଭିଡିଓ ଭାଇରାଲ
ନୂଆଦିଲ୍ଲୀ: ଶୀତଦିନେ ବିଏସଏଫ ଯବାନଙ୍କ ବ୍ୟାୟାମ କରୁଥିବା ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି । ବରଫ ଉପରେ ୪୦ ସେକେଣ୍ଡରେ ୪୭ ଥର ଯବାନ ପୁସ୍-ଅପ୍ ମାରୁଥିବାର ଦେଖିବାକୁ ମିଳିଛି । ତୁଷାରପାତ ମଧ୍ୟରେ ଏପରି ସାହସ ଦେଖାଇବା ସମସ୍ତଙ୍କ ପକ୍ଷେ ସମ୍ଭବ ନୁହେଁ । ୧୦ ରୁ ୨୦ଥର ପୁସ୍-ଅପ୍ ମାରିବା ସର୍ବାଧିକ । କିନ୍ତୁ ବରଫ ଉପରେ ଖାଲି ହାତରେ ୪୭ ଥର ପୁସ୍-ଅପ୍ ମାରିବା କଷ୍ଟକର ।
ସୀମା ସୁରକ୍ଷା ବଳ (ବିଏସ୍ଏଫ୍) ର ଅଫିସିଆଲ୍ ଟ୍ୱିଟର ପ୍ରୋଫାଇଲ୍ ରେ ସେୟାର ହୋଇଥିବା ଏହି ଭିଡିଓରେ ଦେଖିବାକୁ ମିଳିଛିଯେ, ଜଣେ ଯବାନ ବରଫ ଆଚ୍ଛାଦିତ ଭୂମିରେ ମାତ୍ର ୪୦ ସେକେଣ୍ଡରେ ୪୭ଟି ପୁସ୍-ଅପ୍ ମାରିଛନ୍ତି । ଯାହା ଲୋକଙ୍କୁ ଆଶ୍ଚର୍ଯ୍ୟ କରିଛି । ତୁଷାରପାତ ଅଞ୍ଚଳରେ ବ୍ୟାୟାମ କରୁଥିବା ଯବାନଙ୍କ ଏହି ଭିଡିଓ କ୍ଲିପ୍ କେବଳ ଦେଖିବା ଅବିଶ୍ୱସନୀୟ ନୁହେଁ ବରଂ ଆପଣଙ୍କୁ ଆଶ୍ଚର୍ଯ୍ୟ କରିପାରେ । ଏହି ଭିଡିଓକୁ ଲୋକମାନେ ବହୁତ ପସନ୍ଦ କରିଛନ୍ତି ।
