ଜାନୁଆରୀ ୨୬ରୁ ସ୍ୱାଭିମାନ ଅଂଚଳରେ ବିଏଏସଫର ଆମ୍ବୁଲାନ୍ସ ସେବା
ମାଲକାନଗିରି : ମାଲକାନଗିରି ଜିଲା ସ୍ୱାଭିମାନ ଅଂଚଳରେ ଜାନୁଆରୀ ୨୬ ତାରିଖରୁ ବୋଟ୍ ଆମ୍ବୁଲାନ୍ସ ସେବା ଆରମ୍ଭ କରିବ ବିଏସଏଫ । ଏହି ସେବା ଦ୍ୱାରା ୩୫ଟି ଗାଁର ୧୦ ହଜାରରୁ ଅଧିକ ଲୋକ ଉପକୃତ ହୋଇପାରିବେ । ବାଲିମେଳା ଡ୍ୟାମ୍ର ଉଭୟ ପାର୍ଶ୍ଵରେ ରୋଗୀଙ୍କୁ ମେଡିକାଲ ସେବା ଯୋଗାଇ ଦିଆଯିବ । ଗୁରୁତର ରୋଗୀଙ୍କୁ ହସପିଟାଲ୍ ସ୍ଥାନାନ୍ତର ବ୍ୟବସ୍ଥା କରିବ ବିଏସଏଫ ।
