ଗିରଫ ହେଲା ବ୍ରାଉନ୍ସୁଗାର ମାଫିଆ ଅଜବହର
ବାଲେଶ୍ୱର : ରାଜସ୍ଥାନରୁ ଧରାପଡିଲା ବ୍ରାଉନ୍ସୁଗାର ମାଫିଆ ଅଜବହର । ରାଜସ୍ଥାନର ଯୋଧପୁରରୁ ଅଜବହରକୁ ଗିରଫ କରିଛି କ୍ରାଇମ୍ବ୍ରାଞ୍ଚ । ଗିରଫ ପରେ ଏସ୍ଟିଏଫ୍ର ସ୍ୱତନ୍ତ୍ର ଟିମ୍ ଅଜବହରକୁ ଓଡିଶା ଆଣୁଛି । ବାଲେଶ୍ୱର ଜିଲା ଜଳେଶ୍ୱର ନିକଟ ରାଜପୁର ଗାଁରେ ଗିରଫ ଅଜବହରର ଘର।
ସୂଚନା ଯେ, ଆନ୍ତଃରାଜ୍ୟ ବ୍ରାଉନସୁଗାର ବେପାରୀଙ୍କ ତାଲିକା ପ୍ରସ୍ତୁତ କରିଛି ଏସ୍ଟିଏଫ୍ । ପଶ୍ଚିମବଙ୍ଗରୁ ଶେଖ ଇସମାଇଲକୁ ଧରିବାରେ ବିଫଳ ହୋଇଥିଲା କ୍ରାଇମବ୍ରାଞ୍ଚ । କିନ୍ତୁ ଏବେ ଓଡିଶା କ୍ରାଇମବ୍ରାଞ୍ଚର ଏସଟିଏଫକୁ ମିଳିଛି ବଡ଼ ସଫଳତା । ରାଜସ୍ଥାନର ଯୋଧପୁରରୁ ଗିରଫ ହେଲା ଅନ୍ତଃରାଜ୍ୟ ଡ୍ରଗ ପେଡ଼ଲର ଶେଖ ଅଜବର । ୨୦୧୯ ପରଠାରୁ ସେ ଫେରାର ଥିଲେ । ସେ ପଶ୍ଚିମବଙ୍ଗ ଏବଂ ରାଜସ୍ଥାନ ଅଞ୍ଚଳରେ ଲୁଚି ରହିଥିବା ଖବର ପାଇ ଏସଟିଏଫ ଚଢ଼ାଉ କରିଥିଲା । ଅଜବହର ନାମରେ ହତ୍ୟା ଉଦ୍ୟମ, ଧମକ ଓ ଆର୍ମସ ଆକ୍ଟ ଭଳି ୫ଟି ସଙ୍ଗୀନ ମାମଲା ରହିଛି । କୁଖ୍ୟାତ ବ୍ରାଉନସୁଗାର ବେପାରୀ ଶେଖ ରାଜାର ସହଯୋଗୀ ହେଉଛି ଅଜବହର । ୨୦୧୯ ଶେଖ ରାଜକୁ ଗିରଫ କରିବା ବେଳେ ଏସଟିଏଫ ଅଧିକାରୀଙ୍କୁ ଆକ୍ରମଣ କରି ଫେରାର ହୋଇଯାଇଥିଲା ଅଜବହର ।
