କଟକରୁ ୨୬ଲକ୍ଷ ଟଙ୍କାର ବ୍ରାଉନ୍ସୁଗାର ଜବତ, ୩ ଗିରଫ
କଟକ : କଟକରୁ ପୁଣି ଜବତ ହେଲା ଧଳାଜହର । ୨୬୮ ଗ୍ରାମ (ଅନୁମାନିକ ମୂଲ୍ୟ ୨୬ଲକ୍ଷ ଟଙ୍କା)ର ବ୍ରାଉନ୍ସୁଗାର ଜବତ କରିଛି କଟକ ଦରଘାବଜାର ଥାନା ପୋଲିସ । ବ୍ରାଉନ୍ସୁଗାର ବିକ୍ରି କରିବା ଅଭିଯୋଗରେ ୩ଜଣଙ୍କୁ ଗିରଫ ମଧ୍ୟ କରିଛି ପୋଲିସ । ସମସ୍ତଙ୍କୁ ପଚରାଉଚରା ଜାରି ରଖିଛି ।
ସୂଚନା ଯେ, ବ୍ରାଉନ୍ସୁଗାର କାରବାର ନେଇ ପୋଲିସକୁ ଗୁଇନ୍ଦା ସୂଚନା ମିଳିଥିଲା । ଏହାପରେ ପୋଲିସକୁ ଆକ୍ସନକୁ ଆସିଯାଇଥିଲା । ଦରଘାବଜାର ପୋଲିସ ଚଢାଉ କରି ପ୍ରାୟ ୨୬ଲକ୍ଷ ଟଙ୍କାର ବ୍ରାଉନ୍ସୁଗାର ଜବତ କରିଛି । ଏହାସହିତ ୩ଜଣଙ୍କୁ ଗିରଫ ମଧ୍ୟ କରିଛି ପୋଲିସ । ଏଥିସହ ସେମାନଙ୍କ ନିକଟରୁ ୧ଲକ୍ଷ ନଗଦ ଟଙ୍କା ଜବତ ମଧ୍ୟ ହୋଇଛି । ସମସ୍ତକୁ ପଚରାଉଚରା ଜାରି ରଖିଛି ପୋଲିସ । ସେହିପରି ବ୍ରାଉନ୍ସୁଗାର କାରବାରର ଚେର କେଉଁଆଡ଼େ ଲମ୍ବିଛି । ସେନେଇ ତଦନ୍ତ ଜାରି ରଖିଛି ପୋଲିସ । ଏମାନେ ସବୁ କେତେଦିନ ଠାରୁ ଏହି ଚୋରା କାରବାରରେ ସଂପୃକ୍ତ ଥିଲେ । ସେନେଇ ମଧ୍ୟ ଖୋଲତାଡ଼ ଜାରି ରଖିଛି ଦରଘାବଜାର ଥାନା ପୋଲିସ ।
